
ମହାବୀର ମହୋତ୍ସବ-୨୦୨୩ ଉଦ୍ଘାଟିତ
ଭବାନୀପାଟଣା,(ଏକେଏନ୍ ନ୍ୟୁଜ୍ ) ୮/୧୧ : ଓଡିଶା ତଥା ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା କଳାହାଣ୍ଡି ଜିଲ୍ଲାର ମହାବୀର ସାଂସ୍କୃତିକ ଅନୁଷ୍ଠାନର ୫୯ତମ ଜନ୍ମ ବାର୍ଷିକୀ “ମହାବୀର ମହୋତ୍ସବ” ଉଦ୍ଘାଟିତ ହୋଇଯାଇଚି l ନଭେମ୍ବର ୮ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପି ପାଳନ କରାଯାଉଥିବା ମହୋତ୍ସବକୁ ବିଶିଷ୍ଟ ସଂସ୍କୃତି ସଂଗଠକ ସାରଳା ସମ୍ମାନରେ ସମ୍ମାନୀତ ଜୟନ୍ତ କୁମାର ବେହେରା ମୁଖ୍ୟଅତିଥି ଭାବରେ ଯୋଗଦେଇ ପତାକା ଉ ।ଳନ କରି ସୁଭ ଉଦ୍ଘାଟନ କରିଥିଲେ । ଅନୁଷ୍ଠାନ ଦ୍ବାରା ପରିଚାଳିତ ନାରାୟଣ ସଦେଇ ସଂଗୀତ ଅନୁଷ୍ଠାନର କଳାକାର ମାନେ ସ୍ଵାଗତ ସଂଗୀତ ଗାନ କରିଥିଲେ । ଏହି ଅବସରରେ
ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସବାପତି ଶାନ୍ତନୁ କୁମାର ବେହେରା, ସମ୍ପାଦକ ସତ୍ୟନାରାୟଣ ସିଂହ, ଉପସଭାପତି ସ ୟ
କୁମାରପ୍ରମୁଖ ସ୍ଵାଗତ ଭାଷଣ, ବିଭିନ୍ନ ଦିବସର କାର୍ଯ୍ୟକ୍ରମ ଓ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର
ଯୁଗ୍ମ ସଂପାଦକ ସଞ୍ଜିବ କୁମାର ସିଂହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ୮ ତାରିଖ ଠାରୁ ୧୪ ତାରିଖ ଇଦ୍ଯାପନୀ ଦିବସ ପର୍ଯ୍ୟନ୍ତ ବିଭିନ୍ନ ଦିବସରେ ଜାତୀୟ ଶିଶୁଚିତ୍ରକଳା ପ୍ରଦର୍ଶନୀ, ରାଜ୍ୟସ୍ତରୀୟ ଲୋକନୃତ୍ୟ ମହୋତ୍ସବ, ମହାବୀର ସମ୍ମାନ, ରାଜ୍ୟସ୍ତରୀୟ ଭୂବନେଶ୍ବର ବେହେରା ସାହିତ୍ୟ ସମ୍ମାନ, ରାଜ୍ୟସ୍ତରୀୟ ନାଟ୍ୟରଶ୍ମି ପ୍ରଫୁଲ୍ଲରଥ ନାଟ୍ୟ ସମ୍ମାନ, ସୁଗୃହିଣି ସମ୍ମାନ, କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ, କୃତି ସନ୍ତାନ ମାନଙ୍କୁ ସମ୍ବର୍ଜନା, ଶିଶୁମେଳା, ଶିଶୁ ଅଧୂକାର କର୍ମଶାଳା, ସମୂହ ଶିଶୁ ନୃତ୍ୟ ପ୍ରତିଯୋଗିତା, କବିତା
ପାଠୋତ୍ସବ ମହାବୀର ଶିଶୁଶ୍ରୀ ପ୍ରତିଯୋଗୀତା ଏବଂ ମହାବୀର ଅନୁଷ୍ଠାନର ସ୍ମରଣୀକା ଗିରିଝର ଉନ୍ମୋଚନ କରାଯିବ । ଏହା ବ୍ୟତିତ
ଜିଲ୍ଲାର ଶିଶୁ ଓ ଯୁବକ ଯୁବତୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ମନୋଭାବ ସୃଷ୍ଟି କରିବା ସକାଶେ ବକ୍ତୃତା, ପ୍ରବନ୍ଧ, ସଂଗୀତ ଏକକ
ନୃତ୍ୟ, ଲୋକନୃତ୍ୟ ପ୍ରତିଯୋଗୀ କରାଯିବା ସହ ପ୍ରତ୍ୟେକ ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

ଆଜି ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟ କ୍ରମରେ ଅତିଥି ଭାବରେ ପୂର୍ବତନ ବିଧାୟକ ଅନାମ ନାଏକ,ବିଶିଷ୍ଠ କଳାକାର,ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରଭାସ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥିଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍।


