ଓଡିଶା ଖବର
Trending

ଜାତୀୟ ସ୍ତରରେ ଓଡ଼ିଶା ଖୋ ଖୋ ଦଳର ଦମଦାର ପ୍ରଦର୍ଶନ।

ପୁରୁଷ ଓ ମହିଳା ବର୍ଗରେ ରୌପ୍ୟ ଜିତିଲେ ।

ଜାତୀୟ ସ୍ତରରେ ଓଡ଼ିଶା ଖୋ ଖୋ ଦଳର ଦମଦାର ପ୍ରଦର୍ଶନ।
ପୁରୁଷ ଓ ମହିଳା ବର୍ଗରେ ରୌପ୍ୟ ଜିତିଲେ ।
ପୁରୀ,(AKN NEWS )୮/୧୧: ଗୋଆ ଠାରେ ଅନୁଷ୍ଠିତ ଜାତୀୟ କ୍ରୀଡା ପ୍ରତିଯୋଗିତାର ଖୋ ଖୋ ଖେଳରେ ଉଭୟ ପୁରୁଷ ଓ ମହିଳା ଦଳ ଦମଦାର ପ୍ରଦର୍ଶନ କରିଛନ୍ତି। ଉଭୟ ପୁରୁଷ ଓ ମହିଳା ଦଳ ରୌପ୍ୟ ବିଜୟୀ ହୋଇଛନ୍ତି। ଫାଇନାଲ ରେ ପୁରୁଷ ଦଳ ମହାରାଷ୍ଟ୍ର ଠାରୁ ୭୨-୨୬ ରେ ପରାସ୍ତ ହୋଇଥିବା ବେଳେ ମହିଳା ଦଳ ମହାରାଷ୍ଟ୍ର ଠାରୁ ୪୬-୪୦ ପଏଣ୍ଟରେ ପରାସ୍ତ ହୋଇଥିଲା।ପୁରୁଷ ଦଳ କର୍ଣ୍ଣାଟକ,କେରଳ ଓ ତେଲେଙ୍ଗାନା କୁ ହରାଇ ସେମି ଫାଇନାଲରେ ଆନ୍ଧ୍ର ପ୍ରଦେଶ କୁ ପରାସ୍ତ କରି ଫାଇନାଲ ରେ ପହଞ୍ଚି ଥିବା ବେଳେ ମହିଳା ଦଳ ଦିଲ୍ଲୀ, କର୍ଣ୍ଣାଟକ, ହରିୟାଣା କୁ ହରାଇ ସେମିଫାଇନାଲରେ କେରଳ କୂ ପରାସ୍ତ କରି ଫାଇନାଲରେ ପହଞ୍ଚି ଥିଲା।
ଏହି ସଫଳତା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଉଭୟ ଖୋ ଖୋ ଦଳର ସଦସ୍ୟ ଓ ସହଯୋଗୀ ସଦସ୍ୟ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଚୟନ ହେବା ପରେ ଓଡିଶା ଦଳ ପୁରୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ୩ ମାସ ପ୍ରଶିକ୍ଷଣ ନେଇଥିଲେ ବୋଲି ସୂଚନା ଦେଇଥିଲେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!