ଓଡିଶା ଖବର
Trending

କଳାହାଣ୍ଡି ବିଶ୍ବବିଦ୍ୟାଳୟ ରେ ଏକ ଦିବସୀୟ ଯୁବ ରେଡକ୍ରସ୍ ଆଭିମୁଖ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

କଳାହାଣ୍ଡି ବିଶ୍ବବିଦ୍ୟାଳୟ ରେ ଏକ ଦିବସୀୟ ଯୁବ ରେଡକ୍ରସ୍ ଆଭିମୁଖ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମାନବ ସେବା ହିଁ ମାଧବ ସେବା

ଭବାନୀପାଟଣା ,(ଏକେଏନ୍ ନ୍ୟୁଜ୍ ) ତା ୮.୧୧. ୨୦୨୩: କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ଏକ- ଦିବସୀୟ ଯୁବ ରେଡକ୍ରସ୍ ଆଭିମୁଖ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଶ୍ବବିଦ୍ୟାଳୟର ଯୁବ ସଂସ୍କାର ପ୍ରେକ୍ଷାଳୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଯୋଗଦେଇ ରେଡକ୍ରସ୍ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା ସହ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ସଭାପତିତ୍ବ କରି ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ ମାନଙ୍କୁ ଯୁବ ରେଡକ୍ରସ୍ ମାଧ୍ୟମରେ ସମାଜର ବିଭିନ୍ନ ଗଠନ ମୂଳକ କାର୍ଯ୍ୟ କରିବା ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇ ଥିଲେ। କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀ ଓ ରେଡକ୍ରସ୍ ପ୍ରତିଷ୍ଠାତା ସାର୍ ଜିନ୍ ହେନେରୀ ଦୁନାଣ୍ଟ ଙ୍କ ଫଟୋ ଚିତ୍ରରେ ପୁଷ୍ପ ଗୁଚ୍ଛ ପ୍ରଦାନ କରିବା ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ସମ୍ମାନୀତ ଅତିଥି ଭାବେ ପି ଜି କାଉନସିଲ୍ ଅଧ୍ୟକ୍ଷା ଡ . ନିବେଦିତା ନାଥ ଓ ବିଶ୍ବ ବିଦ୍ୟାଳୟ ର ସ୍ବେଛାସେବୀ ମାନଙ୍କ ଉପଦେଷ୍ଟା ମେଜର ଜୟଦେବ ସାହୁ ଯୋଗ ଦେଇ ମାନବ ସେବା ହିଁ ପ୍ରତ୍ୟେକଙ୍କ ଜୀବନର ବ୍ରତ ହେବା ଉଚିତ ବୋଲି ମତ ଦେଇଥିଲେ । ଆଲୋଚକ ଭାବେ ଖରିଆର ସ୍ଵୟଂ ଶାସିତ ମହା ବିଦ୍ୟାଳୟର ଶିକ୍ଷା ବିଭାଗ ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦା ସାମାଜିକ ପରିବର୍ତ୍ତନରେ ସ୍ଵେଚ୍ଛାସେବୀମାନଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ଶାନ୍ତନୁ କୁମାର ପରିଡା – ରେଡକ୍ରସର ଇତିହାସ , ବିକାଶ ଓ ଚିହ୍ନ ବିଷୟରେ , ଧର୍ମଗଡ଼ ମହିଳା ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପରାମର୍ଶଦାତା ସଞ୍ଜୀବ କୁମାର ମୁଣ୍ଡ ରେଡକ୍ରସ୍ ର ମୌଳିକ ନୀତି ବିଷୟରେ ଏଵଂ ମିଳିତ ପଞ୍ଚାୟତ ମହାବିଦ୍ୟାଳୟ ,ମୁସ୍କୁଟିର ଯୁବ ରେଡକ୍ରସ୍ ପରାମର୍ଶଦାତା ସୁଧୀର କୁମାର ପଣ୍ଡା ସ୍ବେଚ୍ଛାକୃତ ରକ୍ତଦାନର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ ପରାମର୍ଶଦାତା ପ୍ରାଧ୍ୟାପକ ସଞ୍ଜୀବ କୁମାର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମରେ ବିଶ୍ବ ବିଦ୍ୟାଳୟର ୧୦୦ ଜଣ ଯୁବ ରେଡକ୍ରସ୍ ସ୍ବେଛାସେବୀ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!