ଓଡିଶା ଖବର
Trending

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରେ ଗୁଡ ହାଣ୍ଡି ଟିମ୍ ପର୍ବତାରୋହୀ ଙ୍କୁ ସମ୍ବର୍ଦ୍ଧନା

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରେ ଗୁଡ ହାଣ୍ଡି ଟିମ୍ ପର୍ବତାରୋହୀ ଙ୍କୁ ସମ୍ବର୍ଦ୍ଧନା

କଳାହାଣ୍ଡି,(ଏକେଏନ୍ ନ୍ୟୁଜ୍ ):କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର ଅଭିନବ ପ୍ରୟାସରେ ପ୍ରଥମ ଥର ପାଇଁ ଗୁଡ ହାଣ୍ଡି ପର୍ବତାରୋହୀ ଦଳ ହିମାଳୟ ପର୍ବତର ମାଉଣ୍ଟ ଋଦୁଗେରା କୁ ଚଢ଼ି ଏକ ନୂଆ ରେକର୍ଡ ସୃଷ୍ଟି କରିପାରିଛନ୍ତି। ଅକ୍ଟୋବର ୨୧ ରୁ ଏହି କାର୍ଯକ୍ରମ ଆରମ୍ଭ ହୋଇଥିଲା ଏବଂ ଏଥିରେ ୧୫ ଜଣ ଛାତ୍ର ଏବଂ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ। ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ଯୋଗାଭ୍ୟାସ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଦଳ ସଫଳତା ହାସଲକରି ଅନୁଷ୍ଠାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଦଳକୁ ଦିଲ୍ଲୀରେ ଡ଼ିଜି ଏନସିସି, କେନ୍ଦ୍ର ଶିକ୍ଷା ମନ୍ତ୍ରୀଏବଂ ଭୁବନେଶ୍ବରରେ ଉଚ୍ଚଶିକ୍ଷା ବିଭାଗର ସଚିବ ତଥା ସମାଜ ସମ୍ବାଦ ପତ୍ର ଏହି ଦଳକୁ ସ୍ବାଗତ କରିଥିଲେ। ଦଳଟି ଭବାନିପାଟଣା ଷ୍ଟେସନରେ ପହଞ୍ଚିବା ପରେ କଳାହାଣ୍ଡି ତରଫ ରୁ ଶତାଧିକ ଛାତ୍ର ଛାତ୍ରୀ, ଏନସିସି କ୍ୟାଡେଟ ଓ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ମେଜର ଡକ୍ଟର ଜୟଦେବ ସାହୁ, ଡକ୍ଟର ମହାନା ଏବଂ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଘୁମୁରା ଓ ବ୍ୟାଣ୍ଡ ସହ ସ୍ବାଗତ କରିଥିଲେ। ଚାରି ଗୋଟି ଗାଡ଼ିରେ ତାଙ୍କୁ ପାଛୋଟି ଅଣା ହୋଇଥିଲା। ସେମାନେ ମା ମାଣିକେଶ୍ଵରୀ ଙ୍କ ଆଶୀର୍ବାଦ ନେବା ପରେ କଲେକ୍ଟର ଓ ଏସ ପି ଙ୍କ ଦ୍ଵାରା ସ୍ବାଗତ କରା ହୋଇଥିଲେ । କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ହଜାର ହଜାର ଛାତ୍ର ଛାତ୍ରୀ ପର୍ବତା ରୋହୀ ମାନଙ୍କୁ ସ୍ଵାଗତ ଜଣାଇଥିଲେ। ତାପରେ ପ୍ରେସ ମିଟ୍ ରେ କୁଳପତି ପ୍ରଫେସର ଶତପଥୀ ଓ ସ୍ପୋର୍ଟସ ଡାଇରେକ୍ଟର ଡକ୍ଟର ଘନଶ୍ୟାମ ବେହେରା ଏହି ଦୁଃସାହସିକ କାର୍ଯକ୍ରମ ସମ୍ପର୍କରେ ବର୍ଣ୍ଣନା କରିଥିଲେ। କୁଳପତି ପ୍ରଫେସର ଶତପଥୀ ସମସ୍ତ ପର୍ବତାରୋହୀଙ୍କୁ ବିଶ୍ଵବିଦ୍ୟାଳୟ ର ସମ୍ମାନ ବହୁଗୁଣିତ କରିଥିବାରୁ ସାଧୁବାଦ ଜଣାଇଥିଲେ। ଏହି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଘନଶ୍ୟାମ ବେହେରା, ଡକ୍ଟର ପ୍ରିୟରଞ୍ଜନ ବେହେରା ଓ ଡକ୍ଟର ନଳିନୀକାନ୍ତ ରଣା ସାମିଲହୋଇ ଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!