ଓଡିଶା ଖବର

ଜମନକିରା ରେ ଦକ୍ଷତା ବିକାଶ ଓ ତାଲିମ ଶିବିର  

ଜମନକିରା ରେ ଦକ୍ଷତା ବିକାଶ ଓ ତାଲିମ ଶିବିର  

ଜମନକିରା,୧୧/୧୧:(AKN NEWS ): ଜମନକିରା ବ୍ଲକ ସ୍ତରୀୟ ଦକ୍ଷତା ବିକାଶ ଓ ତାଲିମ ଶିବିର ଜମନକିରା ସଦର ମହକୁମା ସ୍ଥିତ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଟିକିବା ସମିତି ସଭ୍ୟା ସିଗ୍ଧା ପଟେଲ ଅଧକ୍ଷତାରେ କମିଟିର ଅଧକ୍ଷା ଏଫଆଇଏସି ଜମନକିରା ଦଶମନ୍ତୀ ଲୁହୁରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥିଭାବେ ଏଡଓ ଲୋଚନ ଚନ୍ଦ୍ର ମାଝୀ, ଓଡିଶା ଜୀବିକା ମିଶନ ଜମନକିରା ଅଧିକାରୀ ସରୋଜ ମିଶ୍ର, ବାମରା ସହକାରୀ ଉଦ୍ୟାନ କୃଷି ଅଧିକାରୀ ଭିକ୍ଟୋରୀଆ ପ୍ରଧାନ, କୁଚିଣ୍ଡା ସହକାରୀ ଉଦ୍ୟାନ କୃଷି ଅଧିକାରୀ କିଶୋର କୁମାର ବେହେରା, ଡିସ୍ଟିକ ମେନେଜର ( ଓଏଲ ଡିଭିଜନ ତୁମୁଳା ଏନଜିଓ) ମନୋଜ କୁମାର ଦାସ, ପ୍ରହଲାଦିନୀ ପଟେଲ, ବିପିନ ବାଘ, ହିତେଶ କୁମାର ବଢ଼େଇ, ପ୍ରଦୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରି ଉପସ୍ଥିତ ଚାଷୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକର ୧ଶହ ଜଣରୁ ଉର୍ଦ୍ଧ ଚାଷୀଙ୍କ ସମେତ ଅଞ୍ଚଳର କୃଷିମିତ୍ର ସଫଳ ଓ ଉଦ୍ୟୋଗୀ ଚାଷୀ ପ୍ରମୁଖ ଯୋଗ ଦେଇଥିଲେ।

ଲିପନ ନାଏକ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍ 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!