ଓଡିଶା ଖବର

ଖୋଲା ଆକାଶ ତଳେ ଛାତ୍ର ଛାତ୍ରୀଙ୍କ ମଧ୍ୟାର୍ଣ୍ଣଭୋଜନ, ସରକାରୀ ଯୋଜନା ଦିଗହରା 

ଖୋଲା ଆକାଶ ତଳେ ଛାତ୍ର ଛାତ୍ରୀଙ୍କ ମଧ୍ୟାର୍ଣ୍ଣଭୋଜନ, ସରକାରୀ ଯୋଜନା ଦିଗହରା 

ଜମନକିରା,୧୧/୧୧ (AKN NEWS ): ବର୍ତ୍ତମାନ ସମୟରେ ସରକାର ଗଣ ଶିକ୍ଷା ବିଭାଗ ଦ୍ଵାରା ଛାତ୍ରୀ ଛାତ୍ରଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଛି ୫ଟି ସ୍କୁଲ। ହେଲେ ଜମନକିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡି ବିଶ୍ୱସେବା ସରକାରୀ ୟୁପି ସ୍କୁଲରେ ଏହା ବ୍ୟତିକ୍ରମ ଦେଖା ଦେଇଛି ପାଠ ପଢିବା ପାଇଁ ଶ୍ରେଣୀ ଗୃହତ ଅଛି କିନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ ନା ଅଛି ଶୌଚାଳୟ ନା ରହିଛି ମଧ୍ୟାର୍ଣ୍ଣଭୋଜନ ବସିକି ଖାଇବା ପାଇଁ କୌଣସି ବ୍ୟବସ୍ଥା। ଘର ଖଣ୍ଡିଏ ନାହିଁ କି ବାରଣ୍ଡା ଟିଏ ବି ନାହିଁ। ଛାତ୍ରଛାତ୍ରୀ କେମିତି ଖୋଲା ଆକାଶ ତଳେ ଭୋଜନ କରୁଛନ୍ତି। ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ ମୋତିଲାଲ ସାହୁ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ଅଫିସରେ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ପ୍ରକାଶ କରିଛନ୍ତି। ଖରା, ବର୍ଷା ,ଶୀତ ପ୍ରତ୍ୟେକ ଦିନ ଖୋଲା ଆକାଶ ତଳେ ଭୋଜନ କରୁଛନ୍ତି। ଏବଂ ଶୌଚ ପାଇଁ ମଧ୍ୟ ବାହାର କୁ ଯିବାକୁ ପଡ଼ୁଛି ବୋଲି ଅଭିଯୋଗ କରିଛନ୍ତି ଛାତ୍ର ଛାତ୍ରୀ ହେଲେ ସରକାର ଙ୍କ ଏପରି ଅବ୍ୟବସ୍ଥା କୁ ବୁଦ୍ଧିଜୀବି ମହଲରେ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ଏଇ ସ୍କୁଲରେ ସମୁଦାୟ ୧୯୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କିନ୍ତୁ ପରିତାପର ବିଷୟ ଏହା ଯେ ଶ୍ରୀ ସାହୁଙ୍କ ଲିଖିତ ଅଭିଯୋଗ ପରେ ବି ପ୍ରଶାସନ ନୀରବ ଦ୍ରଷ୍ଟା ସଜିଛି। ତେବେ ମାସେ ମଧ୍ୟରେ ପ୍ରତିକାର ବ୍ୟବସ୍ଥା କରା ନଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଅଭିଭାବକ ମହଲରେ ପ୍ରକାଶ ପାଇଛି।
ଏସଂକ୍ରାନ୍ତରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାଏକଙ୍କୁ ଯୋଗଯୋଗ କରି ପଚାରିବାରୁ ବିଡ଼ିଓଙ୍କୁ ମରାମତି ପାଇଁ ପତ୍ରାଲାପ କରାଯାଇଛି ବୋଲି କହିଥିଲେ।

ଲିପନ ନାଏକ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!