
ବରିଷ୍ଠ ସାମ୍ବାଦିକ ଭୀଷ୍ମଦେବ ପଣ୍ଡାଙ୍କ ପରଲୋକ
ବରଗଡ଼,(AKN NEWE) ତା 11/10/23:
ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଗୋଡ଼ଭଗାର ବରିଷ୍ଠ ସାମ୍ବାଦିକ, ଚାଷୀ ନେତା ଭୀଷ୍ମଦେବ ପଣ୍ଡା (୬୬ ବର୍ଷ)ଙ୍କ ଶନିବାର ଅପରାହ୍ନରେ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ସେ କିଡନୀ ରୋଗ ଆକ୍ରାନ୍ତ ହୋଇ ନିୟମିତ ଡ଼ାଇଲେସିସ ହେଉଥିଲା। ଆଜି ସକାଳେ ହଠାତ ଅସୁସ୍ଥ ହେବାରୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲକୁ ନେଇ ଥିଲେ। ପୁଣି ଡ଼ାଇଲେସିସ ପାଇଁ ସମ୍ବଲପୁର ସରକାରୀ ଡ଼ାକ୍ତରଖାନା ନେଇଥିଲେ। ଡ଼ାଇଲେସିସ ନ କରି ଏକ ଇଞ୍ଜେକସନ ଦେବାର ଗୋଟିଏ ମିନିଟ ପରେ ଅପରାହ୍ନ ସାଢ଼େ ୪ଟାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ତାଙ୍କର ପୁତ୍ର ସାମ୍ବାଦିକ ରାଜେଶ ପଣ୍ଡା ଜଣାଇଛନ୍ତି। ତାଙ୍କର ମର ଶରୀର ନିଜ ଗୋଡ଼ଭଗା ଗୋଲକନଗରକୁ ଆଣିବା ପରେ ରାତିରେ ଗାଁ ଶ୍ବଶାନ ଘାଟକୁ ନେଇ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ବିୟୋଗ ପରେ ସେ ପତ୍ନୀ, ପୁତ୍ର, ପୁତ୍ରବଧୁ, ବିବାହିତ ଝିଅ, ଜ୍ବାଇଁ, ନାତିଙ୍କୁ ଛାଡ଼ି ଯାଇଛନ୍ତି। ଜର୍ନାଲିଷ୍ଟ ଏସୋସିଏସିନ ଅଫ ବରଗଡ଼ର ଏହି ବରିଷ୍ଠ ସଦସ୍ୟ ବହୁବାର ଜିଲ୍ଲା ସଂଘରୁ ଏନ୍ୟୁଜେକୁ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନିତ ମନୋନିତ ହୋଇଥିଲେ । ତାଙ୍କ ବିୟୋଗରେ ସାମ୍ବାଦିକ ମହଲ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ବରଗଡ ଜିଲ୍ଲା ଗାଇସିଲଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ akn ନ୍ୟୁଜ l
(ଜୟନ୍ତ ବେହେରାଙ୍କ ଫଟୋ)
ଭବାନୀପାଟଣା, ତା.୧୧/୧୧ ( ) ମହାବୀର ମହୋତ୍ସବର ସର୍ବଶ୍ରେଷ୍ଠ ସମ୍ମାନ ଚଳିତ ବର୍ଷ କଳାହାଣ୍ଡିର ବିଶିଷ୍ଟ ସଂସ୍କୃତି ସଂଗଠକ ଜୟନ୍ତ କୁମାର ବେହେରାଙ୍କୁ ପ୍ରଦାନ କରାଯିବ । ଶ୍ରୀ ବେହେରାଙ୍କୁ ଏହି ସମ୍ମାନ ଆସନ୍ତା ନଭେମ୍ବର ୧୪ତାରିଖ ଉଦ୍ଯାପନୀ ସନ୍ଧ୍ୟାରେ ପ୍ରଦାନ କରାଯିବ । ଜୟନ୍ତ ବେହେରା ଏକା ଧାରରେ ଜଣେ ସୁସାହିତ୍ୟିକ ଓଡିଶା ସଂଗୀତ ନାଟକ ଏକା ଡେମୀ ଦ୍ୱାରା ପୁରସ୍କୃତ, ଶାରଳା ସମ୍ମାନରେ ସମ୍ମାନୀତ ହେବା ସହ ଓଡିଶାର ବହୁ ସାଂସ୍କୃତିକ ଅନୁଷ୍ଠା ତରଫରୁ ସମ୍ମାନୀତ ହୋଇଛନ୍ତି । ତାଙ୍କର ଉଦ୍ୟମରେ କଳାହାଣ୍ଡି ଘୁମୁରା ଏସିଏଡ୍, ରୁଷ, ଜାପାନ ଆଦି ଅନେକ ଦେଶ ଯାଇ କଳାହାଣ୍ଡିର ନାମକୁ ଗୌରବାନ୍ୱିତ କରିପାରିଛି । ସେ କଳାହାଣ୍ଡିର ବହୁ ଲୁକ୍କାୟିତ କଳା, ନାଚ, ଗୀତ କୁ ଲୋକ ଲୋଚନକୁ ଆଣି ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଶ୍ରୀ ବେହେରା, ଓଡିଶା ସାହିତ୍ୟ ଏକାଡେମୀ, ସଂଗୀତ ନାଟକ ଏକାଡେମୀ କାର୍ଯ୍ୟକରୀ କମିଟିର ସଦସ୍ୟ ସହ ବହୁ ଅନୁଷ୍ଠାନ ଉପଦେଷ୍ଠା ରହିଛନ୍ତି ।
ବରଗଡ଼ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍


