ଅନନ୍ୟଓଡିଶା ଖବର

ଆଜି ଆମ ବିଦ୍ୟାଳୟ ର ଏକ ସ୍ଵତନ୍ତ୍ର ଆନୁସାଙ୍ଗିକ ଶିକ୍ଷଣ କାର୍ଯ୍ୟକ୍ରମ “ମୋ’ ଶିଶୁ ପାଇଁ ଦିନଟିଏ

ଭବାନୀପାଟଣା,(ଏକେଏନ୍ ନ୍ୟୁଜ୍) : ଆଜି ଆମ ବିଦ୍ୟାଳୟ ର ଏକ ସ୍ଵତନ୍ତ୍ର ଆନୁସାଙ୍ଗିକ ଶିକ୍ଷଣ କାର୍ଯ୍ୟକ୍ରମ “ମୋ’ ଶିଶୁ ପାଇଁ ଦିନଟିଏ . . . “ ଚାଲୁଥିବା ସମୟ ରେ ମାନନୀୟା Ms P. Anvesha Reddy , IAS.Collector & District Magistrate . Kalahandi ଆମ ସରକାରୀ ପ୍ରାଥମିକ ବିଦ୍ୟାଳୟ , ମେଦିନପୁର କୁ ପରିଦର୍ଶନ ରେ ଆସିଥିଲେ । ବିଦ୍ୟାଳୟ ର ସବୁଜ-ସୁନ୍ଦର ପରିବେଶ , ଶ୍ରେଣୀ କୋଠରୀ ର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା , ଶୌଚାଳୟ ଓ ଶ୍ରେଣୀ କୋଠରୀ ର ଆବଶ୍ଯକତା ଇତ୍ୟାଦି ଅନୁଧ୍ୟାନ କରିଥିଲେ । ବିଦ୍ୟାଳୟ ର ଛାତ୍ର – ଛାତ୍ରୀ ଙ୍କ ହାଉସ ଗଠନ ଓ ପରିଚାଳନା , ଶିକ୍ଷା – ଶିକ୍ଷଣ ର ସମସ୍ତ କାର୍ଯ୍ୟକ୍ରମ ରେ ଛାତ୍ର – ଛାତ୍ରୀ ଙ୍କ ଅଂଶ ଗ୍ରହଣ ଓ ଅଗ୍ରଗତି ସଂମ୍ପର୍କରେ ପ୍ରଧାନ ଶିକ୍ଷକ , ପରିଚାଳନା କମିଟି ଅଧ୍ୟକ୍ଷ ଓ ଶିକ୍ଷୟିତ୍ରୀ ମାନଙ୍କୁ ପଚାରି ବୁଝିଥିଲେ ଏବଂ ଛାତ୍ର – ଛାତ୍ରୀ ଙ୍କ ସହ ଭାବ ବିନିମୟ ରେ ସେ ,ଛାତ୍ର – ଛାତ୍ରୀ ଙ୍କ ଉତ୍ସାହ ଓ ଆନନ୍ଦ ଦେଖି , ସନ୍ତୋଷ ପ୍ରକାଶ କରିଥିଲେ । ଆଜି ମାନନୀୟା ଜିଲ୍ଲାପାଳ ଙ୍କ ଆମ ବିଦ୍ୟାଳୟ ପରିଦର୍ଶନ, ଆମ ସମସ୍ତ ଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିବ ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!