ଓଡିଶା ଖବର

ଅନୁଗୋଳର ଯୁବ ଆଇନଜୀବୀ ପ୍ରତାପ ଚନ୍ଦ୍ର ସାହୁଙ୍କ ଅକାଳ ବିୟୋଗ, ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଅନୁଗୋଳର ଯୁବ ଆଇନଜୀବୀ ପ୍ରତାପ ଚନ୍ଦ୍ର ସାହୁଙ୍କ ଅକାଳ ବିୟୋଗ, ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଅନୁଗୋଳ,(AKN NEWS) ୯/୧୧/୨୩: ଶାନ୍ତ ସ୍ଵଭାବ, ସେବା ମନବୃତି ନେଇ ଆଇନଜୀବୀ ରୂପେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ । ପରୋପକାର, ସମସ୍ତଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ସ୍ଥାପନ ଥିଲା ବ୍ରତ ମାତ୍ର ନିଅତିର ନିଷ୍ପତ୍ତି ଅଲଗା କିଛି ଥିଲା, ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ । ଆଜି ତାଙ୍କର ଅକାଳ ବିୟୋଗ ଘଟିଛି । ବନ୍ତଳା ନିବାସୀ ପ୍ରତାପ ଚନ୍ଦ୍ର ସାହୁ ( ରିଙ୍କୁ )ଙ୍କ ଦେହାନ୍ତ ଖବର ଶୁଣିବା ପରେ ଅନୁଗୋଳ ଜିଲ୍ଲାର ଆଇନଜୀବୀ ମାନଙ୍କ ମଧ୍ୟରେ ଗଭୀର ଶୋକର ବାତାବରଣ ସୃଷ୍ଟି ହୋଇଅଛି । ଅମର ଆତ୍ମାର ସଦଗତି କାମନା ସ୍ୱରୂପ ଶୋକ ସନ୍ତପ ପରିବାର ବର୍ଗଙ୍କୁ ଅଶିମ ଧର୍ଯ୍ୟ ଓ ଶକ୍ତି ପ୍ରଦାନ ନିମନ୍ତେ ଜଗତର ନାଥ ଜଗନ୍ନାଥ ଓ ଅନୁଗୋଳର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଙ୍କ ନିକଟରେ ଆଇନଜୀବୀଗଣ ପ୍ରାର୍ଥନା କରିଛନ୍ତି । ପ୍ରତାପଙ୍କ ମୃତ ଖବର ପ୍ରଘଟ ହେବା ପରେ ବନ୍ତଳା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଅନୁଗୋଳରୁ କାଳନ୍ଦି ବେହେରାଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!