ଓଡିଶା ଖବର

ସ୍ତ୍ରୀ ଙ୍କୁ ମାଡ ମାରି ସ୍ବାମୀ ଜେଲରେ,ମା’ଙ୍କ ମୃତ୍ୟୁ ପରେ ଭୋକ ଉପାସରେ ଦିନ କାଟୁଛନ୍ତି ମା’ ଛେମଣ୍ଡ ୫ ସନ୍ତାନ,ଦୁଇ ଝିଅଙ୍କ ପାଠ ପଢା ବନ୍ଦ, ସହଯୋଗ କରିବା ପାଇଁ ସରକାରଙ୍କୁ ନିବେଦନ।

ସ୍ତ୍ରୀ ଙ୍କୁ ମାଡ ମାରି ସ୍ବାମୀ ଜେଲରେ,ମା’ଙ୍କ ମୃତ୍ୟୁ ପରେ ଭୋକ ଉପାସରେ ଦିନ କାଟୁଛନ୍ତି ମା’ ଛେମଣ୍ଡ ୫ ସନ୍ତାନ,ଦୁଇ ଝିଅଙ୍କ ପାଠ ପଢା ବନ୍ଦ, ସହଯୋଗ କରିବା ପାଇଁ ସରକାରଙ୍କୁ ନିବେଦନ।

ଲାଞ୍ଜିଗଡ଼,(AKN NEWS) :-ସ୍ତ୍ରୀଙ୍କୁ ମାଡମାରି ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ବାମୀ ବର୍ତ୍ତମାନ ଜେଲରେ ରହିଥିବା ବେଳେ ଘରେ ବଡ଼ ବୋଲି କେହି ନାହାନ୍ତି।ଭୋକ ଉପାସରେ ରହୁଛନ୍ତି ମା’ ଛେମଣ୍ଡ ୪ ନାବାଳିକା ଝିଅ ଓ ଗୋଟିଏ ଦେଢ଼ ବର୍ଷର ଶିଶୁପୁତ୍ର।ଗତ ପ୍ରାୟ ଦୁଇ ସପ୍ତାହ ହେବ ଠିକ ଭାବେ ଖାଇବାକୁ ପାଇ ପାରୁନାହାନ୍ତି। ଦୁଇ ଭଉଣୀଙ୍କ ପାଠ ପଢା ବନ୍ଦ ରହିଛି।ଏହି ୫ ସନ୍ତାନ ସହଯୋଗ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି।

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ବସନ୍ତପଡା ପଞ୍ଚାୟତରେ ରହିଛି କଂସାରୀ ଗାଁ। ଏହି କଂସାରୀ ଗାଁ ଆଦିବାସୀ ସାହିରେ ରହୁଥିଲେ ରାଜେଶ ମାଝୀ ତାଙ୍କ ପତ୍ନୀ ମାଲନ୍ତି ମାଝୀ।ରାଜେଶ ଆଜିକୁ ପ୍ରାୟ୧୫ ବର୍ଷ ହେଲା ସୀମାନ୍ତ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଶିବ ପଦର ପଞ୍ଚାୟତର ପାଣିମୁଣ୍ଡା ଗାଁରେ ବିବାହ କରିଥିଲେ।ବିବାହ ୧୫ ବର୍ଷ ମଧ୍ୟରେ ତାଙ୍କର ୪ଟି ଝିଅ ଓ ଗୋଟିଏ ଦେଢ଼ ବର୍ଷ ଶିଶୁପୁତ୍ର ରହିଛି।ବଡ ଝିଅ ଲଷ୍ମୀପ୍ରିୟା ମାଝୀକୁ ୧୦ ବର୍ଷ ହୋଇଥିବା ବେଳେ ସେ ଲାଞ୍ଜିଗଡ଼ ବ୍ଳକ ବାତେଲିମା ପଞ୍ଚାୟତର ବାଣୀପଙ୍ଗା ଆଦିବାସୀ ବାଳିକା ବିଦ୍ୟାଳୟ ହଷ୍ଟେଲରେ ରହି ପଞ୍ଚମ ଶ୍ରେଣୀରେ ପଢୁଛି।ଦ୍ଵିତୀୟ ଝିଅ ସନ୍ଧ୍ୟାରାଣୀ ମାଝୀଙ୍କୁ ୯ ବର୍ଷ ହେଉଥିବା ବେଳେ ସେ ବର୍ତ୍ତମାନ ଲାଞ୍ଜିଗଡ଼ ବ୍ଳକ ଛତ୍ରପୁର ପଞ୍ଚାୟତର ଆଦିବାସୀ ହଷ୍ଟେଲରେ ରହି ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି।ତୃତୀୟ ଝିଅ ବିଜୟଲଷ୍ମୀ ମାଝୀ ୪ ବର୍ଷ ଓ ଚତୁର୍ଥ ଭଉଣୀ ସରୋଜିନୀ ମାଝୀକୁ ୩ ବର୍ଷ ହେଉଛି।ଏହି ଦୁଇ ଭଉଣୀ କଂସାରୀ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ପଢିବା ପାଇଁ ଯାଉଥିଲେ।ସାନ ଭାଇ ଅମିତବଚନ ମାଝିକୁ ଦେଢ ବର୍ଷ ହେଉଥିବା ବେଳେ ସେ ଗାଁରେ ଥିବା ଶିଶୁ ଗୃହକୁ ଯାଉଥିଲା।ଗୋଟିଏ ପୁଅ ଓ ୪ ଝିଅ ସ୍ତ୍ରୀ ସମେତ ରାଜେଶଙ୍କ ପରିବାର ବେସ ଖୁସିରେ ରହି ଆସୁଥିଲେ।ପରିବାର ପ୍ରତିପୋଷଣ ପାଇଁ ଗାଁ ନିକଟରେ ଥିବା କମ୍ପାନୀରେ କାମ କରୁଥିଲେ ପୂର୍ବରୁ କାମ କରିବାକୁ ବେଳେ ବର୍ତ୍ତମାନ ଠିକ ଭାବେ କାମ ନଯାଇ ମଦ ପିଇ ରହୁଥିଲା।ଦଶହରା ଛୁଟି ଯୋଗୁଁ ଝିଅ ମାନେ ହଷ୍ଟେଲରୁ ଘରକୁ ଆସିଥିବା ବେଳେ ସପରିବାର ଘରେ ରହିଥିଲେ।ପୋଲିସର ସୂଚନା ଅନୁସାରେ ପ୍ରାୟ ଦୁଇ ସପ୍ତାହ ତଳେ ରାଜେଶଙ୍କ ସ୍ତ୍ରୀ ମାଲନ୍ତି ନିଜ ସ୍ବାମୀଙ୍କୁ ତାଙ୍କ ସହିତ ଜଙ୍ଗଲକୁ କାଠ ଆଣି ଯିବାକୁ କହିଲା।କାଠ ଆଣି ବିକ୍ରି କଲେ ପରିବାର ପ୍ରତିପୋଷଣ ହୋଇ ପାରିବ ବୋଲି।କିନ୍ତୁ ରାଜେଶ ସ୍ତ୍ରୀ କଥାକୁ ନମାନି ଉତ୍ୟକ୍ତ ହୋଇ ମଦ ପିଇ ମାରପିଟ କରି ତଣ୍ଟିକୁ ଚିପି ଥିବା ବେଳେ ତଣ୍ଟିରେ ଗଭୀର ଆଘାତ ଲାଗିଥିଲା।ଯାହା ଫଳରେ ମାଲନ୍ତି ଗୁରୁତର ଅବସ୍ଥାରେ ଘରେ ରହିଥିବା ବେଳେ ସ୍ୱାମୀ ୪ ଦିନ କାଳ କୌଣସି ଡାକ୍ତରଖାନାକୁ ନେଇନଥିଲା।ଦିନକୁ ଦିନ ମାଲନ୍ତିଙ୍କ ସ୍ୱାସ୍ଥ୍ୟବସ୍ତା ବିଗିଡି ବାରେ ଲାଗିଲା।ମାଲନ୍ତିଙ୍କ ବାପ ଘର ଲୋକ ଏକଥା ଜାଣିବା ପରେ ସେମାନେ ଆସି ମାଲନ୍ତିଙ୍କୁ ନେଇ ସୀମାନ୍ତ ରାୟଗଡା ଜିଲ୍ଲା ମୁନିଗୁଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମାଲନ୍ତିଙ୍କ ମୃତ୍ୟୁ ହୋଇଥିଲା।ସେଠାରେ ଶବ ବ୍ୟବଚ୍ଛେଦ ପରେ ମାଲନ୍ତିଙ୍କ ବାପଘର ପକ୍ଷରୁ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।ଅନ୍ୟ ପକ୍ଷରେ ଘରେ ଥିବା ସ୍ୱାମୀ ରାଜେଶ ମଦ ପିଇ ବୁଲୁଥିଲା।ମାଲନ୍ତିଙ୍କ ପରିବାର ଲୋକ ଙ୍କ ଅଭିଯୋଗ ଅନୁସାରେ ଲାଞ୍ଜିଗଡ଼ ଥାନା ଅଧିକାରୀ ବିଜୟଲଷ୍ମୀ ହିକକା ଘଟଣାଟିକୁ ଗୁରୁତର ସହିତ ନେଇ ଘଟଣାର ତଦନ୍ତ କରିଥିଲେ।ରାଜେଶଙ୍କୁ ଥାନାକୁ ଆଣି ତଦନ୍ତ ପରେ କୋର୍ଟ ଚାଲାଣ କରି ବର୍ତ୍ତମାନ ରାଜେଶ ଜେଲରେ ଥିବା ପ୍ରକାଶ କରିଛନ୍ତି।କିନ୍ତୁ ଏହି ୫ ଜଣ ସନ୍ତାନ ମା’ଙ୍କ ମୃତ ଦେହକୁ ମଧ୍ୟ ଦେଖି ନାହାଁନ୍ତି।ବର୍ତ୍ତମାନ ଗତ ୧ ତାରିଖରେ ସ୍କୁଲ ଖୋଲା ଯାଇଥିବା ବେଳେ ଲଷ୍ମୀପ୍ରିୟା ଓ ସନ୍ଧ୍ୟାରାଣୀ ପାଠ ପଢିବା ପାଇଁ ଇଛାଶକ୍ତି ଥିଲେ ମଧ୍ୟ ମା’ଙ୍କ ମୃତ୍ୟୁ ଓ ବାପା ଜେଲ ଯିବା ପରେ ଛୋଟ ୨ ଭଉଣୀ ଓ ଭାଇକୁ ଛାଡି ସ୍କୁଲ ଯାଇ ପାରୁନାହାନ୍ତି।ଅନ୍ୟ ପକ୍ଷରେ ସରକାରଙ୍କୁ ସହଯୋଗ କରିବା ପାଇଁ ଗଣମାଧ୍ୟମ ନିକଟରେ ଆକୁଳ ହୋଇ ଗୁହାରି କରିଛନ୍ତି ବଡ଼ ଝିଅ ଲଷ୍ମୀପ୍ରିୟା।

କଳାହାଣ୍ଡି ଲାଞ୍ଜିଗଡ ପ୍ରତିନିଧି ସୁଶାନ୍ତ କୁମାର ମାଝୀ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!