ହଳଦିଆ ତୈଳିକ ବୈଶ୍ୟ ସମାଜର ଚକ ସ୍ତରୀୟ ବୈଠକ ଅନୁଷ୍ଠିତ

ହଳଦିଆ ତୈଳିକ ବୈଶ୍ୟ ସମାଜର ଚକ ସ୍ତରୀୟ ବୈଠକ ଅନୁଷ୍ଠିତ
ବରଗଡ଼, (ଏକେଏନ୍ ନ୍ୟୁଜ୍ ): ତା ୧ ୨ /୧ ୧ /୨ 0୨ ୩ ରବିବାର ଦିନ ଖପ୍ରାଖୋଲ ବ୍ଲକ ବାହାଲଭଟଲି ଅଞ୍ଚଳ ଅନ୍ତର୍ଗତ ବନ୍ଦେପଦର ଗ୍ରାମରେ ହଳଦିଆ ତୈଳିକ ବୈଶ୍ୟ ସାହୁ ସମାଜର ଚକ (ବନ୍ଦେପଦର ଚକ ) ସ୍ତରୀୟ ବୈଠକ ଚକ ସଭାପତି ମଧୁସୂଦନ ସାହୁ (କ )ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ବାହାଲଭଟଲି ଅଞ୍ଚଳ ସଭାପତି ବନମାଳି ସାହୁ, ମୁଖ୍ୟ ବକ୍ତା ଭାବରେ ବାଘମୁଣ୍ଡ ଚକ ସମ୍ପାଦକ ଶାନ୍ତନୁ କୁମାର ସାହୁ ସାହୁ,ସମ୍ମାନିତ ଅତିଥି ଭାବରେ ଅଂଚକ ସଭ୍ୟ କୀର୍ତ୍ତନ ସାହୁ, ଅଞ୍ଚଳ ଉପସଭାପତି ଜୀବର୍ଧନ ସାହୁ, ଚକ ଉପସଭାପତି ମହେଶ୍ୱର ସାହୁ,ବାଘମୁଣ୍ଡ ଚକ ସଭାପତି ବେଣୁଧର ସାହୁ, ପୁତୁଳାମହୁଲ ଚକ ସଭାପତି ମଧୁସୂଦନ ସାହୁ(ଖ ), , ସହ ସମ୍ପାଦକ ଟିକେଶ୍ୱର ସାହୁ, ଗ୍ରାମର ସତ୍ୟନାରାୟଣ ସାହୁ ଆଦି ବିଶିଷ୍ଟ ବ୍ୟକ୍ତି ସମେତ ଗ୍ରାମର ହଳଦିଆ ତେଲି ଜାତିର ଅବାଳ ବୃଦ୍ଧ ବନିତା ଯୋଗ ଦେଇଥିଲେ l ବୈଠକର ପ୍ରାରମ୍ଭରେ ଇଷ୍ଟ ଦେବୀ ଙ୍କ ପୂଜନ ପରେ ମାଙ୍ଗାଳିକ କାର୍ଯ୍ୟ ସ୍ୱରୂପ ବୈଦିକ ଯଜ୍ଞ କରାଯାଇଥିଲା l ବୈଠକର ପ୍ରାରମ୍ଭରେ ଚକ ସଭାପତି ମଧୁସୁଦନ ସାହୁ (କ ) ସ୍ୱାଗତ ଭାଷଣ ସହ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ନିଜ ବକ୍ତବ୍ୟ ମାଧ୍ୟମରେ ଅତିଥି ଗଣ ବ୍ୟକ୍ତି,ସମାଜ ଓ ସଂଗଠନ ର ଭୁମିକା , ସମାଜ ଶୃଙ୍ଖଳା ପାଇଁ ଆଧ୍ୟାତ୍ମିକତାର ଆବଶ୍ୟକତା,ଜାତିର ଶୈକ୍ଷିକ ସ୍ଥିତି, ସମସ୍ୟା ଓ ତାର ସମାଧାନ ପନ୍ଥା, ନାରୀ ସଶକ୍ତି କରଣ, ଶିକ୍ଷା ଓ ସଂସ୍କାର, ଜାତିର ସୁସଂହତି, ପରସ୍ପର ସହଯୋଗ, ଜାତିର ନିୟମାବଳୀକୁ ଵିଧି ବଦ୍ଧ ଭାବରେ ପାଳନ କରିବା.. ଆଇନ ଅମାନ୍ୟ କାରୀଙ୍କୁ ଦଣ୍ଡ ବିଧାନ କରିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା l ଅଞ୍ଚଳ ସଭାପତି ବନମାଳି ସାହୁ ଜାତିର ନିୟମାବଳୀ ଉପରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ l ନିୟମାବଳୀ ଉପରେ ଆଲୋଚନା ବେଳେ ଉପସ୍ଥିତ ସଭ୍ୟ ସଭ୍ୟା ରିଙ୍ଗ ସେରିମନୀ, ପ୍ରାକ ବିବାହ ଉତ୍ସବ,ପିଠାଖୁଆ, ପାଶ୍ଚାତ୍ୟ ନୀତିରେ ଜନ୍ମ ତିଥି ପାଳନ, ରାତି ବେଳା ବିବାହ, ବିବାହାରେ ମାଂସ ଭୋଜନ, ନିଶା ଦ୍ରବ୍ୟ ସେବନ, ବାଲ୍ୟ ବିବାହ, ମନ ଇଚ୍ଛା ପଙ୍ଗତ ଗଠନ, କନ୍ୟା ଦେଖା ବେଳେ ଟଙ୍କା ଧରାଇବା, ଛୋଟ ଛୋଟ କଥାରେ ମୋକଦ୍ଦମା କରିବା… ଆଦି କାର୍ଯ୍ୟ ଗୁଡିକୁ ବନ୍ଦ କରିବାକୁ ପ୍ରସ୍ତାବ ଆସିଲା l ପ୍ରତ୍ୟେକ ଚକରେ ଓ ଅଂଚଳରେ ସଭାପତି ଓ ସମ୍ପାଦକ ନାମରେ ନିକଟସ୍ଥ ବ୍ୟାଙ୍କଘରେ ସଂଯୁକ୍ତ ଏକାଉଣ୍ଟ ଖୋଲିବା, ପ୍ରତ୍ୟେକ ଗ୍ରାମରେ ଜନ୍ମ, ବିବାହ ଓ ମୃତ୍ୟୁ ପଞ୍ଜିକରଣ କରିବା, ପ୍ରତ୍ୟେକ ଗ୍ରାମ, ଚକ ଓ ଅଞ୍ଚଳ ସ୍ତରରେ ସାମାନ ପ୍ରକାର ର ସିଲ, ଲେଟର ପେଡ, ରସିଦ ତିଆରି କରି ସମ୍ପାଦନ କରିବାକୁ ସ୍ଥିର ହେଲl l ଏହି କାର୍ଯ୍ୟକ୍ରମରେ ବନ୍ଦେପଦର ଚକ ସମ୍ପାଦକ ବିଜୟ ସାହୁ ମଞ୍ଚ ପରିଚାଳନା କରିଥିଲେ l ଶେଷରେ ମଧୁସୂଦନ ସାହୁ (ଖ )ଙ୍କ ଦ୍ୱାରା ଶାନ୍ତି ପାଠ ପରେ ମଗଶିର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
ବରଗଡ ଜିଲ୍ଲା ଗାଇସିଲେଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ akn ନ୍ୟୁଜ l


