ଓଡିଶା ଖବର
ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ସଦର ବ୍ଲକ ସ୍ଥିତ ମାଟିଆ ଗ୍ରାମ ଠାରେ ଅନୁଷ୍ଠିତ ଶ୍ରୀ ଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ମାନ୍ୟବର ରାଜ୍ୟସଭା

ଭବାନୀପାଟଣା,(ଏକେଏନ୍ ନ୍ୟୁଜ୍ ): ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ସଦର ବ୍ଲକ ସ୍ଥିତ ମାଟିଆ ଗ୍ରାମ ଠାରେ ଅନୁଷ୍ଠିତ ଶ୍ରୀ ଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ମାନ୍ୟବର ରାଜ୍ୟସଭା

ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର ଏବଂ ମୁଁ ଯୋଗଦେଇ ପ୍ରଭୃ ଶ୍ରୀକୃଷ୍ଣଙ୍କ ଆର୍ଶୀବାଦ ନେବାସହ ପ୍ରଭୁଙ୍କ ଠାରେ ସମସ୍ତଙ୍କ ମଙ୍ଗଳ କାମନା କରିଥିଲୁ । ଏହା ସହିତ ସ୍ଥାନୀୟ ଅଧିବାସୀଙ୍କ ସହ ମାନ୍ୟବର ରାଜ୍ୟସଭା ସାଂସଦ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଆଲୋଚନା କରିଥିଲେ ଏବଂ ଆଗାମୀ ଦିନ ସହଯୋଗ଼ର ହାତ ବଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗିରି ଗୋବର୍ଦ୍ଧନ ପୂଜା କମିଟିର ଅଧ୍ୟକ୍ଷ ହାତିରାମ ଜୁଆଡ , ବୋରଭଟ୍ଟା ସରପଞ୍ଚ ବିବେକ ନାଗ, ସେଁପୁର ପଞ୍ଚାୟତ ସଭାପତି ତରୁ ଜାନୀ, ବିଜେଡି ନେତା ସୁରେଶ ମହାନନ୍ଦ, ଲବଣୀ ମହାନନ୍ଦ, ସମାଜସେବୀ ଲିଙ୍ଗରାଜ ଗହୀର ପ୍ରମୁଖ ଉପସ୍ଥିତ ଥିଲେ।
ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍।


