ଓଡିଶା ଖବର

ଏନସିସି ତରଫରୁ ସହୀଦ ଈଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି

ଏନସିସି ତରଫରୁ ସହୀଦ ଈଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି

କଳାହାଣ୍ଡି,(ଏକେଏନ୍ ନ୍ୟୁଜ୍): କଳାହାଣ୍ଡି ବିଶ୍ଵବିଦ୍ୟାଳୟ, ଭବାନିପାଟଣା ର ପୂର୍ବତନ ଛାତ୍ର ଏବଂ ଏନସିସି କ୍ୟାଡେଟ ଈଶ୍ୱର ଚନ୍ଦ୍ର ଦୋରା ତ୍ରିପୁରାର ଅଗରତଲା ଠାରେ ଶହୀଦ ହେବା ଘଟଣାରେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଅମର ଆତ୍ମା ର ସତଗତି ନିମନ୍ତେ ଆଜି ଏନସିସି ତରଫରୁ ଏକ ଶୋକ ସଭା ଆୟୋଜନ କରାଯାଇଥିଲା l ଏଥିରେ ମାନ୍ୟବର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ସଭାପତିତ୍ବ କରିଥିଲେ ଏବଂ ଶୋକ ପ୍ରକାଶ କରିଥିଲେ।ମେଜର ଡକ୍ଟର ଜୟଦେବ ସାହୁ ଦିବଂଗତ ଶହୀଦ ଈଶ୍ବରଙ୍କ କ୍ୟାଡେଟ ସମୟର ଘଟଣା ମନେ ପକାଇଥିଲେ। ସେ କହିଥିଲେ ଯେ ଈଶ୍ୱର ଜଣେ ମେଧାବୀ ଛାତ୍ର ଓ ଶାନ୍ତ ସ୍ୱଭାବର ଥିଲେ। ତାଙ୍କୁ ଯେଉଁ ଦାୟିତ୍ଵ ଦିଆ ଯାଇଥିଲା ସେ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାୟ ୧୦୦ ଜଣ କ୍ୟାଡେଟ ଓ ପ୍ରାକ୍ତନ କ୍ୟାଡେଟ ମାନେ ହାତରେ ମହମ ବତୀ ଧରି ରାଲିରେ ବାହାରିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ଅଧ୍ୟାପକଙ୍କ ସମେତ ସବଲେଫ୍ଟେନାଣ୍ଟ ନଳିନୀକାନ୍ତ ରଣା ଯୋଗ ଦେଇଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!