ଓଡିଶା ଖବର

ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ

ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ

ଭବାନୀପାଟଣା,(ଏକେଏନ୍ ନ୍ୟୁଜ୍) ତା ୨୬.୧୧.୨୦୨୩: ଆଜି ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତ୍ରିଲୋଚନ ଜେନାଙ୍କ ସଭାପତିତ୍ୱରେ ସମ୍ବିଧାନ ଦିବସ ପାଳିତ ହୋଇଅଛି| ସମ୍ବାଦ ଖବର କାଗଜର କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରୀ ଅଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ଆପଣା ପ୍ରାରମ୍ଭିକ ଅଭିଭାଷଣରେ ଶ୍ରୀଯୁକ୍ତ ବିଶି ସମ୍ବିଧାନ ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇବା ସଙ୍ଗେ ଗଳ୍ପ ଛଳରେ ମଣିଷ ମଣିଷ ଭିତରେ କିପରି ସମାନତା, ନିରପେକ୍ଷତା ଆସିବ ସେ ସମ୍ପର୍କରେ ନିଜର ଅଭିମତ ରଖିଥିଲେ | କଳାହାଣ୍ଡି ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ଡ. ପବିତ୍ର କୁମାର ବାଗ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସମ୍ବିଧାନର ପ୍ରତ୍ୟେକଟି ଅଧିକାର ଓ ଧାରା ସମ୍ପର୍କରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନା କରିଥିଲେ | ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜେନା ଆପଣା ସଭାପତିତ୍ବ ଅଭିଭାଷଣରେ ଡ.ବି.ଆର.ଆମ୍ବେଦକରଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେ ଅବଗତ କରାଇବା ସହିତ ସମ୍ବିଧାନ ପ୍ରଣୟନ ପରେ ସାଧାରଣ ଜନତାଙ୍କୁ ଯେଉଁ ମୌଳିକ ଅଧିକାର ମିଳିଛି ସେ ସମ୍ପର୍କରେ ଛାତ୍ରୀମାନଙ୍କୁ ଗଭୀର ତଥ୍ୟ ପ୍ରଦାନ କରି5ଥିଲେ | କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସମସ୍ତେ ସମ୍ବିଧାନର ପ୍ରସ୍ତାବନା ପାଠ କରିଥିଲେ | ରାଜନୀତି ବିଜ୍ଞାନର ବିଭାଗ ମୁଖ୍ୟା ମିସ ନଳିନୀ ବାଗ ପ୍ରାରମ୍ଭିକ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସଙ୍ଗେସଙ୍ଗେ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଉପସ୍ଥିତ ଅତିଥି, ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀ, ଫୋଟ ଉତ୍ତୋଳନକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ମହାବିଦ୍ୟାଳୟର ସମସ୍ତ ସଦସ୍ୟ, ତିନିଶହରୁ ଉର୍ଦ୍ଧ ଛାତ୍ରୀମାନଙ୍କ ଉପସ୍ଥିତିରେ ଆଜିର ଏହି ସମ୍ବିଧାନ ଦିବସ କାର୍ଯ୍ୟକ୍ରମଟି ସୁରୁଖୁରୁରେ ସମାପିତ ହୋଇଥିଲା |

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!