ଓଡିଶା ଖବର

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଏନ୍ ସି ସି ଦିବସ ପାଳିତ

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଏନ୍ ସି ସି ଦିବସ ପାଳିତ

କଳାହାଣ୍ଡି,(ଏକେଏନ୍ ନ୍ୟୁଜ୍ ): କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର ଖେଳ ପଡିଆ ଠାରେ ୭୫ ତମ ଏନ୍ ସି ସି ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ଏଥିରେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର ଆର୍ମି ଉଇଂ ର ୨ ଟି ସଶସ୍ତ୍ର ଦଳ, ନାଭାଲ ର ଗୋଟିଏ ଓ ଏୟାର ଫୋର୍ସ ର ଗୋଟିଏ ଦଳ ଭାଗ ନେଇଥିବା ବେଳେ, ପ୍ରଗତି ମହାବିଦ୍ୟାଳୟ, ସାନ୍ଧ୍ୟ ମହାବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜ ବିହାର, କେନ୍ଦ୍ରୀୟ ବିଦ୍ୟାଳୟ,ପୋଲିସ ହାଇସ୍କୁଲ, ମାଣିକେଶ୍ଵରୀ ହାଇସ୍କୁଲ, ବି ଏମ୍ ହାଇ ସ୍କୁଲ୍ ର ଗୋଟିଏ ଲେଖାଏଁ ଏନସିସି ଦଳ ଅଂଶ ଗ୍ରହଣ କରିଥିଲେ। ସର୍ବ ମୋଟ ୧୧ ଟି ପ୍ଲାଟୁନ ଓ ୨୧୦ ଜଣ କ୍ୟାଡେଟ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବରେ କୁଳପତି କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥୀ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ।ସେ ଦେଶର ସେବାରେ ବ୍ରତୀ ଥିବା ଏନସିସି କ୍ୟାଡେଟ ମାନେ ହିଁ ଦେଶ ର ଭବିଷ୍ୟତ ଶୃଙ୍ଖଳିତ ନାଗରିକ ବୋଲି କହିଥିଲେ। ଏନସିସି ଛାତ୍ର ଛାତ୍ରୀ ଅନ୍ୟ ଛାତ୍ର ଛାତ୍ରୀଙ୍କ ଠାରୁ ଭିନ୍ନ ଓ ସେମାନେ ସେବା ମନୋଭାବ ସମ୍ପନ୍ନ ବୋଲି କହିଥିଲେ। କ୍ୟାଡେଟ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇ ଥିଲା। ଏନସିସି ଦିବସ ଉପଲକ୍ଷେ ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ତାର ପୁରସ୍କାର ମୁଖ୍ୟ ଅତିଥି ବିତରଣ କରିଥିଲେ। ଏଥିରେ ମେଜର ଡକ୍ଟର ଜୟଦେବ ସାହୁ, ସବ୍ ଲେଫ୍ଟେନାଣ୍ଟ ନଳିନୀ ରଣା, ସୁଶାନ୍ତ ଦାସ, ଫ୍ଲାଇୟିଂ ଅଫିସର ସୂଚିତ ମୁଣ୍ଡଳୀ, ଫାଷ୍ଟ ଅଫିସର ଗଙ୍ଗାଧର ନନ୍ଦ, ସିଟିଓ ସୁରେଶ ସାହୁ, ହେମନ୍ତ କୁମାର ଖେର୍ଣିଲ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡକ୍ଟର ଅଜୟ ମିଶ୍ର, ଶ୍ରୀ ଜୟରାମ ସାହୁ, ଶ୍ରୀ ସ୍ଵାଧୀନ ପାତ୍ର, ଶ୍ରୀ ରବି କାନୁନଗୋ, ଡକ୍ଟର ଘନଶ୍ୟାମ ବେହେରା ଓ ଅନ୍ୟ ମାନ୍ୟ ଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ପୁରାତନ କ୍ୟାଡେଟ ମାନେ ଯୋଗ ଦେଇ ବିଶ୍ଵ ବିଦ୍ୟାଳୟର ଏନସିସି ର ସର୍ବାଙ୍ଗୀନ ଉନ୍ନତି କେମିତି ହେବ ସେଥି ପାଇଁ ଏକ ମିଟିଂ କରିଥିଲେ। ସେମାନେ ଏକ ଘୁମୁରା ଦଳ ଗଠନ ପାଇଁ ସବୁ ପ୍ରକାର ସାହାଯ୍ୟ ପାଇଁ ଆଗଭର ହୋଇଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!