ଓଡିଶା ଖବର

ପୁରୀ ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ସ୍ପେଶାଲ୍ ଡ୍ରାଇଭ କାର୍ଯ୍ୟକ୍ରମ- –୫ ଲକ୍ଷ ୮୨ ହଜାର ୭୦୬ ଟଙ୍କା ଜୋରିମାନା ଆଦାୟ

ପୁରୀ ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ସ୍ପେଶାଲ୍ ଡ୍ରାଇଭ କାର୍ଯ୍ୟକ୍ରମ- –୫ ଲକ୍ଷ ୮୨ ହଜାର ୭୦୬ ଟଙ୍କା ଜୋରିମାନା ଆଦାୟ — ୧୭ଜଣ ମଦୁଆ ଡ୍ରାଇଭର ଙ୍କୁ ଧରିଲେ

ପୁରୀ,(ଏକେଏନ୍ ନ୍ୟୁଜ୍):ଗତ କାଲି ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମଙ୍ଗଳା ଘାଟ ରୋଡ ସମେତ ବିଭିନ୍ନ ରୋଡ ରେ ସ୍ପେଶlଲ୍ ଦ୍ରାଇଭ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ବିଭାଗ କମିଶନର ଅମିତାଭ ଠାକୁର, ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି ଡା କନୱର ବିଶ୍ଵାଳ ସିଂ ଙ୍କ ପରାମର୍ଶ କ୍ରମେ ଓ ଅର୍ ଟି ଓ ରବିନ ପଟ୍ଟ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ଅନୁଷ୍ଟିତ ଏହି ଚଢ଼ାଉ ରେ 17ଜଣ ମଦୁଆ ଗାଡ଼ି ଚାଳକ ଙ୍କୁ ଧରି କଡ଼ା ଫାଇନ କରାଯାଇଥିବା ବେଳେ ଦ୍ରୁତ ଗତି ଗାଡ଼ି ଚାଳନା ପାଇଁ 19ଜଣ ଙ୍କୁ, ବିନା ହେଲମେଟ ପାଇଁ 15ଜଣ ଙ୍କୁ, ମୋବାଇଲ ବ୍ୟବହାର ପାଈଁ ଜଣ ଙ୍କୁ, ଓଭର ଲୋଡ଼ିଂ ପାଈଁ , ପର୍ମିଟ ନ ଥିବାରୁ , ମାଲ ବାହି ଗାଡ଼ି ରେ ପସେଞ୍ଜର ପାଈଁ, ଓ ଟ୍ରିପଲ୍ ରିଦିଂ ପାଈଁ ଜଣେ ଲେଖାଏଁ, ଡି ଏଲ୍ ଅନ୍ ଭେଲିଡ ପାଈଁ 13ଜଣ ଙ୍କୁ ଓ ଆନ୍ୟାନ୍ୟ କାରଣ ରୁ 12ଜଣ ଙ୍କୁ ସମୁଦାୟ 82ଜଣ ଙ୍କ ଠାରୁ ୫ ଲକ୍ଷ ୮୨ ହଜାର ୭୦୬ ଟଙ୍କା ଫାଇନ୍ ଆଦାୟ କରାଯାଇ 2ଲକ୍ଷ 11ହଜାର 811ଟଙ୍କା ଫାଇନ ନଗଦ ଅସୁଲି କରାଯାଇଥିଲା l ଏମ ଭି ଆଇ, ଅତିରିକ୍ତ ଏମ ଭି ଆଇ ଓ ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିବା ବେଳେ ଆଗକୁ ଏ ଅଭିଯାନ ଜିଲ୍ଲା ର ପ୍ରତ୍ୟେକ ଅଞ୍ଚଳ ରେ ଆହୁରି କଡ଼ା କଡି କରାଯିବ ବୋଲି ଆର ଟୀ ଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି l

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!