ଓଡିଶା ଖବର

କୋଶଲ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ।

କୋଶଲ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ।

କୋଶଲ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ।

କଳାହାଣ୍ଡି, ୨୭/୧୧
(ଜଗନ୍ନାଥ ନାଏକ) :
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲଡ଼ ଅନ୍ତର୍ଗତ ଡୁମେରଗୁଡା ମାଁ ବସ୍ତରେନ କଳାପରିଷଦ ଆନୁକୁଲ୍ୟରେ ପଶ୍ଚିମ ଓଡ଼ିଶାର ଭାଷା,କଳା ଓ ସଂସ୍କୃତିର ପ୍ରଚାରକ, ସାରା ପଶ୍ଚିମ ଓଡ଼ିଶାରେ ଗୋଟିଏ ଦିନରେ ନୂଆଁଖାଇ ପାଳନ ପଛର ମହାନାୟକ, ଲୋକ ମହୋତ୍ସବ ର ଜନକ, କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଅଛି। କବି ଦିପକ କୁମାର ସୁନାନୀ ଙ୍କ ଆବଆହନତ୍ବ ରେ , ଡୁମେରଗୁଡା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଦେବାର୍ଚ୍ଚନ ସେଠିଆ (ଆଇନଜୀବୀ), ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ତପନ ନାଏକ(ଶିକ୍ଷକ), ସମ୍ମାନିତ ଅତିଥି- ଶ୍ରୀ ରମେଶ ଚନ୍ଦ୍ର ନାଏକ, ଶ୍ରୀ ଗରିବ ହରିପାଲ, ଶ୍ରୀ ଲମ୍ବୋଦର ସା ଙ୍କ ସମେତ ଡୁମେରଗୁଡା ଗ୍ରାମର କିଛି ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଗୁରୁ ଭଗବାନ ସାହୁ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କ ସାରା ଜୀବନ ତ୍ୟାଗ,ଅବଦାନ ଏବଂ ବଳିଦାନ ଉପରେ ଆଲୋକପାତ କରିବା ସହ ଏହିଭଳି ଏକ ମହାନ ବ୍ୟକ୍ତିତ୍ଵ ଅବହେଳିତ ହୋଇରହିବା ଭାଷା, କଳା ଓ ସଂସ୍କୃତି କ୍ଷେତ୍ରରେ ପଶ୍ଚିମାଞ୍ଚଳ ପାଇଁ ଏକ ଦୁର୍ଭାଗ୍ୟ ବିଷୟ ବୋଲି ଆଲୋଚନା କରିଥିଲେ ।
କଳାହାଣ୍ଡିରୁ ଜିଲ୍ଲା ପ୍ରତିନିଧି
ଜଗନ୍ନାଥ ନାଏକଙ୍କ
ରିପୋର୍ଟ : – ଏକେଏନ୍ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!