ଓଡିଶା ଖବର

ଲଷ୍ମୀ ବରାହ ମହାବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ l

ଲଷ୍ମୀ ବରାହ ମହାବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ l

ରାଜ୍ୟସରକାର ଯୁବ ପ୍ରତିଭାମାନଙ୍କର କ୍ରୀଡା, ସଂସ୍କୃତି ଓ ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି କରି ଯୁବଗୋଷ୍ଠି ରାଜ୍ୟର ବିକାଶ ରେ ଅଂଶୀଦାର କରାଇବା ପାଇଁ ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନୂଆ ଓଡିଶା l ଏହି ପରିପ୍ରେକ୍ଷୀ ରେ କେନ୍ଦ୍ରପଡା ଜିଲ୍ଲା ଆଳି ର ଲଷ୍ମୀବରାହ ମହାବିଦ୍ୟାଳୟ ଆୟତପୁର ଠାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ର ଶୁଭଆରମ୍ଭ ହୋଇଯାଇଛି l
ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅସିତ କୁମାର ରାଉତରାୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଭୂଇଁପୁରୁ ସରପଞ୍ଚ ରେସ୍ମାରାଣୀ ମଲ୍ଲିକ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଅବସର ପ୍ରାପ୍ତ ବରିଷ୍ଠ ଅଧ୍ୟପକ ଶ୍ରୀଯୁକ୍ତ ଦାମୋଦର ରାଉଳ ମୁଖ୍ୟ ବକ୍ତା ଭାବ ରେ ଯୋଗଦେଇ ଯୁବଗୋଷ୍ଠି ମାନଙ୍କୁ ବିକାଶ ର ଧାରା ରେ ଚାଲିବା ପାଇଁ ପ୍ରେରଣା ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ନୋଡାଲ ଅଫିସର ସୁରେଶ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଦିପ୍ତିମୟୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟପକ୍ଷେ ମହାବିଦ୍ୟାଳୟ ର ଅଧ୍ୟପକ ବ୍ରଜକିଶୋର ସାମଲ , ଅଧ୍ୟାପକ କବି ବିଶ୍ୱାଳ, ଅଧ୍ୟାପକ ପ୍ରଦୀପ କୁମାର ଜେନା, ଅଧ୍ୟାପକ ଚିତ୍ତରଞ୍ଜନ ପରିଡା, ଅଧ୍ୟପିକା ସଞ୍ଜୁଲତା ସ୍ୱାଇଁ ଙ୍କ ସମେତ ସମସ୍ତ ଅଧ୍ୟପକ ଉପସ୍ଥିତ ଥିଲେ l

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!