ଓଡିଶା ଖବର

ଭାରତୀୟ ବିଦ୍ୟା ଶ୍ରିନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବେହେରା ଠାରେ ଏଡସ ଦିବସ ପାଳିତ

ଭାରତୀୟ ବିଦ୍ୟା ଶ୍ରିନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବେହେରା ଠାରେ ଏଡସ ଦିବସ ପାଳିତ
ବେହେରା,(ଏକେଏନ୍ ନ୍ୟୁଜ୍) : ସଭାପତି ଅନୁଷ୍ଠାନର ଅଧ୍ୟକ୍ଷ ସୁରେନ୍ଦ୍ର ନାଏକ, ମୁଖ୍ୟ ଅତିଥି ଡ଼. ସୁଭଲକ୍ଷ୍ମି ରାଉତ
ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବେହେରା, ମୁଖ୍ୟ ବକ୍ତା ନାଥୂ ରାମ ହେର୍ନା ଠାକୁରାଣୀ ହାଇ ସ୍କୁଲ ଛଞ୍ଚାଣବହାଲି ହିନ୍ଦୀ ଶିକ୍ଷକ ସମ୍ମାନିତ ଅତିଥି ଭାବରେ ଭକ୍ତ ଚରଣ ଭୋଇ ଅବସର ପ୍ରାପ୍ତ ଶିକ୍ଷକ ବାରିକ ସରକାରୀ ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟ ବେହେରା ହିନ୍ଦୀ ଶିକ୍ଷକ
ରଜତ ବଂସଲ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ କମିଟି ସଭାପତି କିଶୋର ନାଗ ବେହେରା ଗ୍ରା. ପ. ସମିତି ସଭ୍ୟ ଯୋଗ ଦେଇଥିଲେ l ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ସମସ୍ତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ମିଶି ଏଡସ୍ ସଚେତନତାର ବିଭିନ୍ନ ସ୍ଲୋଗାନ ଦେଇ ଗାଁ ପରିକ୍ରମା କରିଥିଲେ l
ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ତନୁଜା ସାହୁ ସ୍ବାଗତ ଭାଷଣ ପୂର୍ବକ ଅତିଥି ପରିଚୟ ପ୍ରଦାନ କରିଥିଲେ l ଅତିଥି ଙ୍କ ବକ୍ତବ୍ୟ ଶେଷ ହେଲା ପରେ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଉକ୍ତ କାର୍ଯ୍ୟ କ୍ରମରେ ଅନୁଷ୍ଠାନ ର ଅଧ୍ୟାପକ ଶାନ୍ତନୁ ବାଗ, ରଣଜିତ ଆରେବେଡିଆ, ରୀଙ୍କୁ ଖମାରୀ, ଦେବରାଜ ସତ୍ନମି, ଲମ୍ବୋଦର ପାଲ, ଭାଗ୍ୟବାନ ଦାସ, ଦେବେନ୍ଦ୍ର ରଣା, ସୁମନ ସିନ୍ଦୂର ପ୍ରମୁଖ ସହଯୋଗ କରିଥିବା ବେଳେ ସରିତା ଭରତିଆ ଧନ୍ୟବାଦ୍ ଅର୍ପଣ କରିଥିଲେ l

ବେହେରା ରୁ ସୁରେନ୍ଦ୍ର ଙ୍କ ଏକେଏନ୍ ନ୍ୟୁଜ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!