ଓଡିଶା ଖବର

ପାଇକମାଲଠାରେ ବିଜେପିର ଜନ ଆକ୍ରୋଶ ସମାବେଶ

ପାଇକମାଲଠାରେ ବିଜେପିର ଜନ ଆକ୍ରୋଶ ସମାବେଶ

ପାଇକମାଲଠାରେ ବିଜେପିର ଜନ ଆକ୍ରୋଶ ସମାବେଶ

ବରଗଡ,(ଏକେଏନ୍ ନ୍ୟୁଜ୍)  ତା 03/12/2023: ପକ୍ଷରୁ ଆଜି ପାଇକମାଲ ବ୍ଲକ ଘେରାଉ କରାଯାଇଥିଲା । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ପାଇକମାଲ ସ୍ଥିତ ଧର୍ମଶାଳାଠାରୁ ଏକ ବିରାଟ ଶୋଭାଯାତ୍ରାରେ ବିଜେପି କର୍ମୀ ଏବଂ ଜନ ସାଧାରଣ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଜନ ଆକ୍ରୋଶ ସମାବେଶରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଡି.ମୁରଲୀ କ୍ରିଷ୍ଣା, ଡା.ରାମ କୃଷ୍ଣ ପୁରୋହିତ, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ମକରଧ୍ବଜ ବଗାର, ତ୍ରିପୁରା ବରିହା, ମଣ୍ଡଳ ସଭାପତି କୈଳାସ ଦିଶ୍ରୀ, ଭୀଷ୍ମଦେବ ସାହୁ, ସଂଜୟ ବେହେରା, ବଳରାମ ସାହୁ ପ୍ରମୁଖ ରାଜ୍ୟରେ ୨୩ ବର୍ଷ ଧରି କ୍ଷମତାସୀନ ବିଜୁ ଜନତା ଦଳ ଶାସନରେ ଓଡ଼ିଶା ନିଯ୍ୟାତିତ, ନାରୀମାନେ ଅସୁରକ୍ଷିତ, ଯୁବସମାଜ ପ୍ରତାରିତ, କୋଟି କୋଟି ଟଙ୍କାର ଦୁର୍ନୀତି, ଭଷ୍ଟ୍ରାଚାର, ଅଣ ଓଡ଼ିଆ ଅଫିସର୍‌, ଠିକାଦାର, ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତିି । କେନ୍ଦ୍ରୀୟ ଯୋଜନାର ହରିଲୁଟ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାରେ ମହିଳାଙ୍କୁ ସୁରକ୍ଷିତ କରାଇବା, ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଗୁରୁତ୍ଵ ଦେଇ ଗଣତନ୍ତ୍ରକୁ ରକ୍ଷାକରିବା, ୫ଟି ନାମରେ ଲାଞ୍ଚ କାରବାର ଭ୍ରଷ୍ଟାଚାର ବନ୍ଦ କରିବା, କୃଷକର ସମସ୍ୟା ପାଇଁ ଚାଷୀ ଆତ୍ମହତ୍ୟା ରୋକିବା, ଧାନ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବୋନସ୍‌ ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ କରିବା, ଉପନିର୍ବାଚନରେ ଅଞ୍ଚଳବାସୀ ଦିଆଯାଉଥିବାକୁ ପ୍ରତିଶୃତି ପାଳନ କରିବା ସହ ପଦ୍ମପୁର ଜିଲ୍ଲା ଘୋଷଣା କାର୍ଯ୍ୟକାରୀ କରିବା ସମେତ ବରଗଡ଼, ନୂଆପଡ଼ା ରେଳଲାଇନ୍ ପାଇଁ ରାଜ୍ୟ ସରକାର ଜମି ଯୋଗାଇବା ଆଦି ୧୦ ଦଫା ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପାଇକମାଲ ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିଲା । ଆଜିର ଏହି ଜନ ଆନ୍ଦୋଳନରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଯୋଗଦାନ କରିଥିଲେ । ସୁଶାନ୍ତ ନାଗ, ଧନସିଂ ତାଣ୍ଡି, ରୋଶନ ପାଣିଗ୍ରାହୀ, ଯୋଗେନ୍ଦ୍ର ଭୋଇ, ଅଜିତ ସାହୁ, ଲଳିତ ଜଗତ, ରାଜେନ୍ଦ୍ର ସେଠ, ସତ୍ୟ ନାରାୟଣ ବେହେରା, ଶୁକଦେବ ପ୍ରଧାନ, ଏହି ଡି. ରାଜା ମହମ୍ମଦ ପ୍ରମୁଖଙ୍କ ପ୍ରତକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ ।

ବରଗଡ ଜିଲ୍ଲା ଗାଇସିଲେଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ akn ନ୍ୟୁଜ l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!