ସ୍ୱାମୀ ବିବେକାନନ୍ଦ ଫ୍ରେଣ୍ଡ୍ସ ଏସୋସିଏସନ୍, ଭବାନୀପାଟଣା

ସ୍ୱାମୀ ବିବେକାନନ୍ଦ ଫ୍ରେଣ୍ଡ୍ସ ଏସୋସିଏସନ୍, ଭବାନୀପାଟଣା
ତା.୦୨.୧୨.୨୦୨୩ ରିଖ ଦିନ ୧୧ତମ ଫ୍ରେଣ୍ଡ୍ସ ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ପ୍ରଥମରେ ମାଁ ମାଣିକେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ମଶାନ ଶୋଭାଯାତ୍ରା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଖେଳ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମେଚରେ ଶ୍ରୀଯୁକ୍ତ ଲୋକନାଥ ଦୁର୍ଗା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୋଭାଯାତ୍ରାରେ ମଧ୍ୟ ସାମିଳ ହୋଇଥିଲେ ପ୍ରଥମ ଖେଳ ଫେନଟାସି ଏକାଦଶି ଏବଂ ବିବିସି ପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଫେନ୍ଟାସି ଦଳ ବ୍ୟାଟିଂ କରି ନି…ଦାରିତ ୧୫ ଓଭରରେ ୧୫୧/୯ ସଂଗ୍ରହ କରିଥିଲା । ଯବାବରେ ବିବିସିପଡା ଦଳ ୧୪.୩ ଓଭରରେ ୭ ଓି୍ୱକେଟ୍ ବିନିମତାରେ ଲକ୍ଷ ହାସଲ କରି ନେଇଥିଲେ ଏବଂ ୧୫୪/୨ କରିଥିଲେ ଓ ବିବିସିପଡା ଦଳ ତିନି ୱିକେଟ୍ ବିନି.. ବିଜୟୀ ହୋଇଥିଲା । ଏହି ମେଚରେ ଚିଙ୍କର ମାଖୀ ଶ୍ରେଷ୍ଠ ଖେଳାଳୀ ହୋଇଥିଲା ।ଦ୍ୱିତିୟ ମେଚ ବ୍ଲାକ୍ ପେନଥର୍ ଏବଂ ସୁନ୍ଦର ଏକାଦଶ ଦଳ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ସୁଦର ଏକାଦଶ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ସୁଦର ଏକାଦଶ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୫ ଓଭର ୧୦୪/୬ କରିଥିଲେ ଏବଂ ବ୍ଲାକ୍ ପେନଥର୍ ଦଳ ୧୧.୨ ଓଭରରେ ୧୦୭/୨ ରନ୍ କରି ୮ ୱିକେଟ୍ରେ ବିଜୟୀ ହୋଇଥିଲା । ଏହି ମେଚର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ ଶ୍ରୀ ମନିସ ଶର୍ମା, ବ୍ଲାକ୍ ପେନଥର୍ ଦଳର । ଏହି ମେଚ ଦ୍ୱୟକୁ ଶ୍ରୀ ବିପ୍ଲବ ସିଂ ଏବଂ ପ୍ରଦିପ କୁମାର ପ୍ରଧାନ ଖେଳ ପରିଚାଳନା କରିଥିଲେ । ସ୍କୋରର ଦାୟିତ୍ୱ ତୁଳାଇଥିଲେ । ବିକ୍ରମ କିଶୋର ସାହୁ, ଧାରା ବିବରଣୀ ପ୍ରଦାନ କରିଥିଲେ- ପ୍ରିତମ ବେହେରା ଏବଂ ପ୍ରିୟବ୍ରତ ପଟନାୟକ । ସଭାପତି ଏବଂ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ଏବଂ ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ରବି ନାରାୟଣ ପରିତାପ ଅବହୁଳ ଅଜିଜ ଶାନ୍ ଏବଂ ସନ୍ତୋଷ କୁମାର ପାତ୍ର ଉପସ୍ଥିତ ଥିଲେ ।
ଇତି ଆପଣଙ୍କ ସଭାପତି
ସ୍ୱାମୀ ବିବେକାନନ୍ଦ ଫ୍ରେଣ୍ଡ୍ସ ଏସୋସିଏସନ୍ ଭବାନୀପାଟଣା,କଳାହାଣ୍ଡି


