ଓଡିଶା ଖବର

ସ୍ବାସ୍ଥ୍ୟ ସେବାର ବିରଳ ବ୍ୟକ୍ତିତ୍ଵ ବାବୁଲି ଦାଦା ଦୁର୍ଘଟଣା ଆହତସ୍କୁଲ୍ ଶିଶୁଙ୍କୁ କରାଇଲେ ଚିକିତ୍ସା

ସ୍ବାସ୍ଥ୍ୟ ସେବାର ବିରଳ ବ୍ୟକ୍ତିତ୍ଵ ବାବୁଲି ଦାଦା
ଦୁର୍ଘଟଣା ଆହତସ୍କୁଲ୍ ଶିଶୁଙ୍କୁ କରାଇଲେ ଚିକିତ୍ସା

କଳାହାଣ୍ଡି, ୦୩/୧୨
(ଜଗନ୍ନାଥ ନାଏକ) :
କଳାହାଣ୍ଡି ଜିଲ୍ଲା ନର୍ଲା ସ୍ଥିତ ମାଉଣ୍ଟେନ୍ କିଡ୍ସ ପବ୍ଲିକ ସ୍କୁଲ ର ଛାତ୍ରଛାତ୍ରୀ ଓ ଶିକ୍ଷକ କର୍ମଚାରୀ ମାନେ ଗତକାଲି ସ୍ଥାନୀୟ ଦହଲ ଗ୍ରାମକୁ ପିକ୍ନିକ କରିବା ପାଇଁ ଯାଇଥିଲେ, ଫେରିବା ସମୟରେ ସ୍କୁଲ ଗାଡ଼ି ଚାଳକ ଙ୍କ ଖିପ୍ରଗତି ଓ ବେପରୁଆ ଚାଳନା ଯୋଗୁଁ ମାଣ୍ଡେଲ୍ ହାଇସ୍କୁଲ ପାଖ ଏକ ଜାଗାରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି, ଦୁର୍ଘଟଣା ରେ କ୍ଷତ ବିକ୍ଷତ ଛାତ୍ରଛାତ୍ରୀ ମାନଙ୍କ ଆର୍ତ୍ତ ଚିତ୍କାର ସୁଦୂର ଭବାନୀପାଟଣା ରେ ଥିବା ବାବୁଲି ଦାଦା ଙ୍କ ପାଖରେ ପହଞ୍ଚିଥିଲା, ସେ ତୁରନ୍ତ ମାଣ୍ଡେଲ ଗ୍ରାମର ସ୍ଥାନୀୟ ସମାଜସେବୀ ଦିଲ୍ଲୀପ ନାଏକ ଙ୍କୁ ଖବର ଦେଇଥିଲେ ,ଶ୍ରୀ ନାଏକ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟିଥିବା ଗାଡିରୁ ରକ୍ତ ଯୁଡୁବୁଡୁ କ୍ଷତ ବିକ୍ଷତ ଛାତ୍ରଛାତ୍ରୀ ଙ୍କୁ ଉଦ୍ଧାର କରି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରି ଚିକିତ୍ସା କରାଇଥିଲେ, ଏବଂ ପ୍ରାଥମିକ ଚିକିତ୍ସା ପରେ ସଙ୍କଟାପନ୍ନ ଛାତ୍ର ଛାତ୍ରୀ ଙ୍କୁ ରେଫର୍ କରାଯାଇଥିଲା ,କିନ୍ତୁ ଏଭଳି ସମ୍ବେଦନସିଲ,ଘଟଣାରେ ସ୍କୁଲ୍ କର୍ତୁପକ୍ଷ ଚିକିତ୍ସା ରେ କୌଣସି ପ୍ରକାର ସହଯୋଗ କରି ନ ଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ଏପରି ସ୍ଥଲେ,ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ରେ ତୁରନ୍ତ ବାବୁଲି ଦାଦା ଚିତ୍ତରଞ୍ଜନ ମଣ୍ଡଳ ପହଞ୍ଚି ଚିକିତ୍ସା ର ବ୍ୟବସ୍ଥା କରାଇ ବିଳମ୍ବିତ ରାତ୍ର ସମୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କ ସାଙ୍ଗରେ ରହି ଆଶ୍ଵସନା ପ୍ରଦାନ କରିଥିଲେ ,ଜୁନାଗଡ଼ ବିଧାୟକ ମଧ୍ୟ୍ୟ ଫୋନ ଯୋଗେ ସମସ୍ତଙ୍କ କଥା ବୁଝି ଥିଲେ , ଅପର ପକ୍ଷରେ ନାର୍ଲାରେ ଚିକିତ୍ସିତ ଦୀପକ୍ ସାହୁ ଙ୍କ ପୁଅ କୁ ମଧ୍ୟ ଦିଲୀପ ନାଏକ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଜଗି ସହଯୋଗ କରିଥିଲେ ଏଣୁ ନର୍ଲା ଅଞ୍ଚଳର ସମସ୍ତ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ବୁଦ୍ଧିଜୀବୀ ଙ୍କ ସମେତ ବିଭିନ୍ନ ମହଲରେ ବାବୁଲି ଦାଦା ଙ୍କୁ କୃତଜ୍ଞତା ଜଣାଇଛନ୍ତି।
କଳାହାଣ୍ଡିରୁ ଜିଲ୍ଲା ପ୍ରତିନିଧି
ଜଗନ୍ନାଥ ନାଏକଙ୍କ
ରିପୋର୍ଟ ଏକେଏନ୍ ନ୍ୟୁଜ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!