ଓଡିଶା ଖବର

ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ୍ ଆନୁକୁଲ୍ୟରେ ଏବଂ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ସହଯୋଗରେ ତ୍ରିଦିବସୀୟ ଚତୁର୍ଥ ରାଜ୍ୟ ସ୍ତରୀୟ ଯୋଗାସନ କ୍ରୀଡା ପ୍ରତିଯୋଗିତା

ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ୍ ଆନୁକୁଲ୍ୟରେ ଏବଂ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ସହଯୋଗରେ ତ୍ରିଦିବସୀୟ ଚତୁର୍ଥ ରାଜ୍ୟ ସ୍ତରୀୟ ଯୋଗାସନ କ୍ରୀଡା ପ୍ରତିଯୋଗିତା ଆଜି ଉଦ୍ ଯାପିତ ହୋଇଯାଇଛି I ସ୍ଥାନୀୟ ତାଳବଣିଆ ଜଗନ୍ନାଥ ଷ୍ଟାଡିୟମ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ରାଜ୍ଯ କ୍ରୀଡା ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ହରେଶ କୁମାର ମିଶ୍ର, ବିଶିଷ୍ଟ ଯୋଗଗୁରୁ ଜମ୍ବେଶ୍ଵର ଖୁଣ୍ଟିଆ, କିଟ୍ ବିଶ୍ୱବିଦ୍ୟାଳୟର ଯୋଗ ବିଭାଗ ଡିନ ପ୍ରମୁଖ ମଞ୍ଚାସୀନ ଥିଲେ I ଏକତା ଓ ଶାନ୍ତି ଲାଗି ଯୋଗର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ I ବର୍ତ୍ତମାନ କେବଳ ଆତ୍ମାକୁ ପରମାତ୍ମାଙ୍କ ସହିତ ନୁହେଁ ଆତ୍ମାକୁ ବିଶ୍ୱାତ୍ମା ସହ ଯୋଡିବାରେ ସକ୍ଷମ ହୋଇପାରିଛି ଏହି ପୁରାତନ ଭାରତୀୟ ପଦ୍ଧତି I ଏଣୁ ଯୋଗର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଅତିଥି ବକ୍ତବ୍ୟ ରଖିଥିଲେ I ଉଦଘୋଷକ ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ସଞ୍ଚାଳନ କରିଥିଲେ I ଏହି ଅବସରରେ ପ୍ରତିଯୋଗୀଙ୍କ ଦ୍ଵାରା ଚିତ୍ତାକର୍ଷକ ଯୋଗ ପ୍ରଦର୍ଶନ କରାଯାଇଥିଲା I ପରିଚାଳନାରେ ସମ୍ପାଦକ ସରୋଜ କାନ୍ତ ମହାପାତ୍ର,ନିଖିଳ କୁମାର ଦଳାଇ, ରମା ବଲ୍ଳଭ ମହାପାତ୍ର, ପ୍ରକାଶ କୁମାର ଗୋଛି, ଡକ୍ଟର ଆଲୋକ କୁମାର ସ୍ଵାଇଁ, ମନୋଜ କୁମାର ମୁଖାର୍ଜୀ ଓ ବିଥିକା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ I ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ 150 ଜଣ ପ୍ରତିଯୋଗୀ ଏବଂ 50 ଜଣ ଅଫିସିଆଲ୍ ଯୋଗ ଦେଇ ଥିଲେ I ଏଥିରେ ପୁରୀ ଜିଲ୍ଲା champion ହୋଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ପ୍ରଥମ Runner-up ଏବଂ କଟକ ଜିଲ୍ଲା 2nd Runner-up ହୋଇଥିଲେ I ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା I

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!