ମହାମହିମ ଓଡିଶା ରାଜ୍ୟପାଳଙ୍କୁ ପଦ୍ମପୁର କୁ ନିମନ୍ତ୍ରଣ

ମହାମହିମ ଓଡିଶା ରାଜ୍ୟପାଳଙ୍କୁ ପଦ୍ମପୁର କୁ ନିମନ୍ତ୍ରଣ ।।
ତା 04/12/23
ସ୍ଥାନ ବରଗଡ
ରିପୋର୍ଟ ରଜନୀକାନ୍ତ ସାହୁ
ପଦ୍ମପୁର ର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ଵରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ଭୁବନେଶ୍ଵର ରାଜଭବନରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କୁ ସାକ୍ଷାତ କରି ଉପଢ଼ୌକନ ଫୁଳତୋଡ଼ା ଓ ନୃସିଂହନାଥ ମହାପ୍ରଭୁଙ୍କ ଫଟୋଚିତ୍ର ଦେଇ ସମ୍ବର୍ଦ୍ଧିତ କରିବା ପରେ ନୃସିଂହନାଥ ମନ୍ଦିର ଓ ପଦ୍ମପୁର ଗସ୍ତ କରିବା ପାଇଁ ନିମନ୍ତ୍ରିତ କରିଥିଲେ । ବିଶେଷ ଭାବେ ଡଙ୍ଗାଘାଟ ହାଇସ୍କୁଲ ର ରୌପ୍ୟ ଜୟନ୍ତୀ ଉତ୍ସବ ଓ ବରିହାପାଲି ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ଶହେ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେବାପାଇଁ ଡଙ୍ଗାଘାଟ ରୌପ୍ୟ ଜୟନ୍ତୀ କମିଟିର ସଦସ୍ୟ ଶ୍ରୀ ଚନ୍ଦ୍ର ଶେଖର ସାହୁ,ରବି ଶଙ୍କର ପ୍ରଧାନ, ପରମାନନ୍ଦ ରଣା, ଓ ବରିହାପାଲି ବିଦ୍ୟାଳୟ ର ଶହେବର୍ଷ ପୂର୍ତ୍ତ ଉତ୍ସବର କମିଟୀ ସଦସ୍ୟ ଶ୍ରୀ ଦିବ୍ଯ ପଣ୍ତା,ବିଷ୍ଣୁ ପ୍ରସାଦ ସାହୁ ପ୍ରମୁଖ ମାନ୍ୟବର ରାଜ୍ୟପାଳଙ୍କୁ ନିମନ୍ତ୍ରଣ ପତ୍ର ଦେଇଥିଲେ ।
ରାଜ୍ୟପାଳ ପଦ୍ମପୁର ଗସ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପୁରୋହିତ ସୂଚନା ଦେଇଛନ୍ତି ।
ବରଗଡ ଜିଲ୍ଲା ଗାଇସିଲେଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ akn ନ୍ୟୁଜ l


