ଅନନ୍ୟଓଡିଶା ଖବର

ଆପଦମିତ୍ର ଙ୍କୁ ପ୍ରଶିକ୍ଷଣ

ଆପଦମିତ୍ର ଙ୍କୁ ପ୍ରଶିକ୍ଷଣ
ପୁରୀ ୪/୧୨: ଆପଦମିତ୍ର ମାନେ ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ରଥଯାତ୍ରା ପର୍ଯ୍ୟନ୍ତ ବିବିଧ କାର୍ଯ୍ୟକ୍ରମ ରେ ଜନସାଧାରଣ ଙ୍କୁ ସହଯୋଗ କରୁଛନ୍ତି।ସେମାନଙ୍କ ମାଧ୍ୟମରେ ଶିଶୁ ମାନଙ୍କ ଶିକ୍ଷା ଓ ସୁରକ୍ଷା କୁ ସୁନିଶ୍ଚିତ କରିବା ସହଜ ହୋଇ ପାରିବ।ତେଣୁ ସେମାନ ଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ମାଧ୍ୟମରେ ଦକ୍ଷତା ବୃଦ୍ଧି କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ପରାମର୍ଶ ଦେଇଛନ୍ତି।7ଆଜି ପୂର୍ବାହ୍ନରେ ୟୁଥ ହଷ୍ଟେଲ ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ବିଭିନ୍ନ ବିପର୍ଯ୍ୟୟ ସମୟରେ ଶିଶୁ ମାନଙ୍କୁ ସୁରକ୍ଷା ଓ ସହଯୋଗ ସମ୍ପର୍କରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାହୁ ପ୍ରତ୍ୟେକ ଙ୍କ ମଧ୍ୟରେ ଆଧ୍ୟାତ୍ମିକ ଓ ମାନବୀୟ ମୂଲ୍ୟବୋଧର ଜାଗରଣ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରତ୍ୟେକ ଶିଶୁ ଙ୍କୁ ଦେବଶିଶୁ ବୋଲି କୁହାଯାଏ।ଶିଶୁ ମଧ୍ୟରେ ପ୍ରତିଭା ଲୁକ୍କାୟିତ ଭାବେ ରହିଥାଏ।ତେଣୁ ଆମେ ପ୍ରତ୍ୟେକ ମିଶି ଅବହେଳାର ଶିକାର ହେଉଥିବା ଶିଶୁ ମାନଙ୍କର ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିର ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଶିଶୁ କଲ୍ୟାଣ କମିଟି ସଦସ୍ୟ ରୁଧି ସୁନ୍ଦର ମିଶ୍ର, ଉପେନ୍ଦ୍ର କୁମାର ବିଶ୍ୱାଳ, ଅତିରିକ୍ତ ଶ୍ରମ ଅଧିକାରୀ ବିକ୍ରମ କେଶରୀ ପ୍ରଧାନ, ଜିଲ୍ଲା ଜରୁରୀ ବିଭାଗ ପ୍ରକଳ୍ପ ଅଧିକାରୀ ସୁକାନ୍ତ କୁମାର ଦାଶ, ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଅନୁଷ୍ଠାନିକ ଯତ୍ନ ଓ ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ପ୍ରମୁଖ ଯୋଗ ଦେଇ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଇନି ଓ ଆପଦମିତ୍ର ମାନଙ୍କ ର ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।ଶିଶୁ ସୁରକ୍ଷା ର ସାମାଜିକ କର୍ମୀ କମଳା ମହାରଣା, ଶକୁନ୍ତଳା ପଟନାୟକ ଓ ଅନ୍ୟ ସଦସ୍ୟ ମାନେ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!