ଓଡିଶା ଖବର

ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୩ ର ଦ୍ଵିତୀୟ ସନ୍ଧ୍ୟା ମଞ୍ଚସ୍ଥ ହେଲା ନାଟକ “ପ୍ରେମ ପତଙ୍ଗ”

ଭବାନୀପାଟଣା, ୨୩।୧୨,(AKN NEWS): ‘ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଆଜିକାର ଦ୍ଵିତୀୟ ସନ୍ଧ୍ୟାରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟଶିଳ୍ପୀ ନିର୍ମଳ ମହାନ୍ତି, ସତ୍ୟନାରାୟଣ ସିଂହ, ନାଟ୍ୟକାର ଅଶୋକ ପାତ୍ର, ବରିଷ୍ଠ ଅଭିନେତା ଜଗନ୍ନାଥ ମୁଣ୍ଡ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ଆଜି ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ନାଟକ “ପ୍ରେମ ପତଙ୍ଗ”। ମୁରାରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼େ। ସେ ନିଜ କ୍ୟାରିୟର ଏବଂ ପ୍ରେମର ଭାବନା ମଧ୍ୟରେ ହଜିଯାଏ, ଯାହା ଏହି ଯୁଗରେ ସ୍ୱାଭାବିକ ଭାବରେ ଘଟେ। ତାଙ୍କ ସାଙ୍ଗମାନଙ୍କ ସହିତ ମିଶି ମୁରାରୀ ବେଦିକା ପ୍ରତି ତାଙ୍କର ପ୍ରେମ ନିବେଦନ ଜଣାଇଛି ଏବଂ ସ୍ନାତକୋତ୍ତର ସମାପ୍ତି ପରେ ଚାକିରୀ ପାଇବା ପାଇଁ ‘ଜ୍ୟାକ୍’ ସହିତ ସଂଘର୍ଷ କରିଛି। ସଂଗ୍ରାମଟି ବ୍ୟକ୍ତିଗତ, ଶେଷରେ ମୁରାରୀ ନିଜକୁ ଏପରି ପରିସ୍ଥିତିରେ ପାଇଛି, ଯେଉଁଥିରେ ଉଭୟ ହାସ୍ୟରସ ଏବଂ ଭାବପ୍ରବଣତା ଅଛି। ଏହି ବିଷୟବସ୍ତୁକୁ ନେଇ ପ୍ରଦର୍ଶିତ ହୋଇଥିଲା ବିହାନ ଡ୍ରାମା ୱାର୍କସ୍, ଭୋପାଲ ର ନାଟକ “ପ୍ରେମ ପତଙ୍ଗ”। ଏହି ନାଟକକୁ ଯୁବ ନାଟ୍ୟକାର ବିମଲ ଚନ୍ଦ୍ର ପାଣ୍ଡେ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସୌରଭ ଅନନ୍ତ। ଏଥିରେ ଶ୍ୱେତା କେତକର, ଅଙ୍କିତ ପରୋଛେ, ଶୁଭମ କତିୟାର, ଅଂଶ ଯୋଶୀ, ରୁଦ୍ରାକ୍ଷ ଭୟେରେ, ଇଷା ଗୋସ୍ଵାମୀ, ସ୍ନେହା ବଥ୍ରେ, ଜିଆ ମୂର୍ଖେରିଆ, ଅମିତ ମିଶ୍ର, ଦୀପକ ୟାଦବ, କୈଳାଶ ରାଜୁକେ, ମିଲନ ୟାଦବ ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ହେମନ୍ତ ଦେଓଲେକର୍। ଆଲୋକରେ ସୌରଭ ଅନନ୍ତ ଥିବାବେଳେ ବାଦ୍ୟଯନ୍ତ୍ରରେ ତେଜଶ୍ଵେତା ଅନନ୍ତ ସହାୟତା କରିଥିଲେ। ନାଟକଟି ବେଶ୍ ମନମୁଗ୍ଧକର ହେବାସହ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଟାଉନ୍ ହଲ୍ ରେ ଅଗଣିତ ଦର୍ଶକଙ୍କ ଭିଡ ଏବଂ ଅଜସ୍ର କରତାଳି ଅଭିନେତାଙ୍କୁ ଆହୁରି ଉତ୍ସାହିତ କରିଥିଲା। ଆଜିର କାର୍ଯ୍ୟକ୍ରମରେ ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ସୌରଭ ମହାପାତ୍ର, ଆଲୋକ କୁମାର ସାହୁ, ରାମେଶ୍ଵର ତ୍ରିପାଠୀ, ସୁଶୀଲ ଆଚାର୍ଯ୍ୟ, ଶୁଭମ୍ ବେହେରା, ତଥାଗତ ମିଶ୍ର, ସୌମ୍ଯ ରଂଜନ ଜେନା, ଶିବଶକ୍ତି ପୁରୋହିତ, ବିକାଶ ରଞ୍ଜନ ମୁଣ୍ଡ, ଅମରେନ୍ଦ୍ର ମହାନ୍ତି, ଅବିନାଶ ଅଗସ୍ତି, ଦୀପକ ଶର୍ମା, ଗୋପିଧର ନାୟର, ପୁଷ୍ପାଞ୍ଜଳି ଦୀପ, ଲିପ୍ସା ମହାରଣା, ପ୍ରଜ୍ଞା ପରିମିତା ନାୟକ, ଲିପ୍ସାରାଣୀ ବାରିକ, ମାନସୀ ନାୟକ, ଦୀପକ ଶର୍ମା ପ୍ରମୁଖ ସହଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!