ଓଡିଶା ଖବର

ସରିଆଁ ରେ ସାଂସ୍କୃତିକ କାର୍ଯ୍ୟକ୍ରମ।

(AKN NEWS): ସରିଆଁ ଗ୍ରାମରେ ମାଁ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ୨୩ ତାରିଖ ରାତିରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ଓ ସରିଆଁ ଆନୁକୁଲ୍ୟରେ ଗ୍ରାମ ପଞ୍ଚାୟତ ସମ୍ମୁଖ ପଡ଼ିଆରେ ଏକ ନୃତ୍ୟ ଧମାକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ ସମ୍ମାନୀତ ଅତିଥି, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବୈଦ୍ୟରାଜ୍ ସଦାନନ୍ଦ ପୁଟେଲ, ସମାଜସେବୀ ଜିତୁ ମିଶ୍ର , ଯୁବ ଲେଖକ ଡିଲେଶ୍ୱର ରଣା,ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା ପରିଷଦ ନର୍ଲା ଜୋନ ୨ ହରିଶଙ୍କର ମାଝୀ,ସରିଆଁ ସରପଞ୍ଚ ଓମ୍ ପ୍ରକାଶ ଛତ୍ରିଆ, ସମିତି ସଭ୍ୟ ଭାସ୍କର ଭୋଇ ଏବଂ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସମାଜସେବୀ ଜିତୁ ମିଶ୍ର ଏବଂ ସମାଜସେବୀ ମନୋଜ କୁମାର ପଟ୍ଟନାୟକଙ୍କ ସହିତ ସମ୍ବାଦ ପ୍ରତିନିଧି ଅଜୟ ସେନାପତି, ସମାଜ ପ୍ରତିନିଧି ସୁମିତ କୁମାର ଶର୍ମା, ସୁନିଲ ଧ.ମାଝୀଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନୀତ କରାଯାଇଥିଲା। ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ୯ଜଣଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଚାରକ ଭାବେ ମନ୍ଦାକିନୀ ବାଣୁଆ, ଚିରଞ୍ଜିବୀ ଭୋଇ ଓ ହିମାଂଶୁ ମାଝୀ ଦାୟିତ୍ଵ ତୁଲାଇଥିଲେ । ଜୁରି ମେମ୍ବର ଭାବେ ନିର୍ମଳ ଭୋଇ , ସଞ୍ଜୟ ଧ. ମାଝୀ, ଅସୀମ ଭୋଇ ଓ ସୁନିଲ ଭୋଇ , ସୁଚାରୁରୂପେ ଦାୟିତ୍ଵ ନେଇଥିଲେ । ଅନୁଷ୍ଠାନର ସଦସ୍ୟ ସ୍ଵାଧୀନ କୁମାର ଭୋଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିବାବେଳେ ବିନୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ପ୍ରତିଯୋଗିତାରେ ଆଦିଶକ୍ତି ଡିଆନ୍ସ ଗ୍ରୁପ୍, ମାଟିଆ ପ୍ରଥମ ସ୍ଥାନ , ଗୋପୀନାଥ ଶବର ଦ୍ୱିତୀୟ ଏବଂ ବଗାଡ଼ ଗ୍ରୁପ ତୃତୀୟ ପୁରସ୍କାର ପାଇଥିଲେ । କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଦୂର୍ବାଦଳ ଭୋଇ , ସମ୍ପାଦକ ମିଲନ କୁମାର ଭୋଇଙ୍କ ସମେତ ଊପଦେଷ୍ଟା ମଣ୍ଡଳୀର ସଦସ୍ୟ ତଥା ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!