ବର୍ଷିୟାନ ଶିକ୍ଷାବିତ୍ତ ଦେବୀଚରଣ ମେହେରଙ୍କ ପରଲୋକ

ନୂଆପଡା :୨୭/୧୨-(AKN NEWS): ନୂଆପଡ଼ା ଜିଲ୍ଲାର ବର୍ଷିୟାନ ଶିକ୍ଷାବିତ୍ତ ତଥା ସିନାପାଲି ନିବାସୀ ଦେବୀଚରଣ ମେହେର(୯୩)ଙ୍କ ଆଜି ପରଲୋକ ହୋଇଯାଇଛି ା ବାର୍ଦ୍ଧକ୍ଯ କାରଣରୁ ଗତ କିଛି ବର୍ଷ ହେଲା ଶଯ୍ଯାଶାୟୀ ଥିବା ବେଳେ ଆଜି ମଧ୍ଯାହ୍ଣରେ ପରଲୋକ ହେବା ଖବର ପ୍ରଚାର ପରେ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି ସ୍ଥାନୀୟ ଉଦନ୍ତୀ ନଦୀ ପଠାରେ ତାଙ୍କର ଶେଷକୃତ୍ଯ ସଂପନ୍ନ କରାଯାଇଥିବା ବେଳେ ସାନପୁଅ ଲକ୍ଷ୍ମୀଧର ମେହେର ମୂଖାଗ୍ନୀ ପ୍ରଦାନ କରିଥିଲେ ା
ସ୍ୱର୍ଗତ ମେହେର ୧୯୫୧ ମସିହାରେ ପ୍ରଥମେ ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ଯାଳୟରେ ଶିକ୍ଷକତା ଜୀବନର ଆରମ୍ଭ କରି ପରବର୍ତ୍ତୀ ସମୟରେ ଦୀର୍ଘବର୍ଷ ଧରି ସିନାପାଲି ମଧ୍ଯ ଇଂରାଜୀ ବିଦ୍ଯାଳୟ ସମେତ ବିଭିନ୍ନ ବିଦ୍ଯାଳୟରେ ଶିକ୍ଷାଦାନ ଦେଇ ଆସିଥିଲେ ତାଙ୍କର ଆଦର୍ଶ ଶିକ୍ଷାଦାନରେ ଶହଶହ ଛାତ୍ରଛାତ୍ରୀ ଅନୁପ୍ରାଣିତ ହୋଇ ସମାଜରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି ଜଣେ ସମାଜସେବୀ ଓ ସଂଗଠକ ଭାବରେ ସୁନାମ ଅର୍ଜନ କରିଥିବା ସ୍ୱର୍ଗତ ମେହେର ଦୀର୍ଘଦିନ ଧରି ଜିଲ୍ଲା ଶିକ୍ଷକ ସଂଘର ସଭାପତି, ଜିଲ୍ଲା ମେହେର ସମାଜ ସଭାପତି ଭଳି ବିଭିନ୍ନ ସଂଗଠନର ଗୁରୁଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିଛନ୍ତି ଶ୍ରୀମେହେରଙ୍କ ପରଲୋକରେ ବିଭିନ୍ନ ମହଳରୁ ଶୋକବ୍ଯକ୍ତ ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଛି
ନୁଆପଡ଼ା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


