ଓଡିଶା ଖବର

ଖଡିଆଳ ଅଞ୍ଚଳ ର ଜଣେ ପ୍ରବୀଣ ଛାତ୍ର ନେତା ଏବଂ ନିର୍ଭିକ ବ୍ୟକ୍ତିତ୍ବ ରାଜୀବ କୁମାର ତିୱାରୀ ଙ୍କ ଆଜି ପରଲୋକ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ

ତା:୨୭.୧୨.(AKN NEWS): ନୂଆପଡ଼ା ଜିଲ୍ଲା ଖଡିଆଳ ସହର ନିବାସୀ ରାଜୀବ କୁମାର ତିୱାରୀ ଆଜି ୫୭ ବର୍ଷ ବୟସରେ ପରଲୋକ ହୋଇଯାଇଅଛି। ତାଙ୍କ ଦେହାନ୍ତ ବିଭିନ୍ନ ମହଲରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଶାରୀରିକ ଅସୁସ୍ଥତା କାରଣରୁ ସେ ଚିକିତ୍ସା ହୋଇ ଆସୁଥିଲେ। ଆଜି ତାଙ୍କ ଅବସ୍ଥା ଗୁରୁତର ହେବାରୁ ଖଡିଆଳ ମିଶନ କୁ ନେବା ବେଳେ ହୃଦଘାତ ହୋଇ ତାଙ୍କ ଦେହାନ୍ତ ହୋଇଅଛି। ରାଜୀବ କୁମାର ତିୱାରୀ ୨୧ ଅଗଷ୍ଟ ୧୯୬୬ ମସିହାରେ ଜନ୍ମ ହୋଇଥିଲେ। ସେ ଖଡିଆଳ କଲେଜ୍ ରେ ୧୯୯୧-୯୨ ମସିହାରେ ସଭାପତି ରୂପେ ନିର୍ବାଚିତ ହୋଇଥିଲେ। ସେ ଜଣେ ପ୍ରବୀଣ ଛାତ୍ର ନେତା ଏବଂ ନିର୍ଭିକ ବ୍ୟକ୍ତିତ୍ବ ରୂପେ ଅଞ୍ଚଳ ରେ ବେଶ ଜଣାଶୁଣା ଥିଲେ। ଆସନ୍ତା କାଲି ଖଡିଆଳ ଠାରେ ତାଙ୍କ ସେଶକୃତ୍ୟ ଅନୁଷ୍ଠିତ ହେବା ନେଇ ପରିବାର ପକ୍ଷ ରୁ ପ୍ରକାଶ।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!