ଗୁରୁ ଘାସି ଦାସ ବାବାଙ୍କ ୨୬୭ତମ ଜନ୍ମ ଜୟନ୍ତୀ ପାଳିତ, ବିଶାଳ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା

ନୂଆପଡା ତା:୨୭.୧୨(AKN NEWS): ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିର ଜୟ ସତନାମ ସଂଘ ପକ୍ଷରୁ ଗୁରୁ ଘାସି ଦାସ ବାବାଙ୍କ ୨୬୭ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି । ବିଶାଳ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା କରିଅଛି। ଗୁରୁ ଘାସି ଦାସ ବାବା ୧୭୫୬ ଡିସେମ୍ବର ୧୮ ତାରିଖ ଦିନ ଜନ୍ମ ହୋଇଥିବା ବେଳେ ୯୪ ବର୍ଷ ବୟସ ରେ ୧୮୫୦ ରେ ତାଙ୍କ ତିରୋଧାମା ହୋଇଥିଲା। ସେ ସମାଜରେ କୁସଂସ୍କାର ଦୂର କରିବା ସହ ୧୯ ଶତାବ୍ଦୀରେ ଛତିଶଗଡ଼ ଅଞ୍ଚଳରେ ବିକ୍ଷାତ ଜ୍ଞାନୀ ଏବଂ ତ୍ୟାଗ ଏବଂ ସମର୍ପଣ ଭାବ ପାଇଁ ସତନାମ୍ ସମାଜ ର ଧର୍ମ ଗୁରୁ ଆକ୍ଷା ପାଇଛନ୍ତି।
ଜ୍ୟୋତିଲାଲ ବଞ୍ଜାରେ ସଭାପତିତ୍ବ କରିଥିବା ବେଳେ ସତନମି ସମାଜ ସମ୍ମେଳନ ଖଡିଆଳ ପକ୍ଷରୁ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ, ମୁଖ୍ୟ ବକ୍ତା ରୂପେ ଅଧ୍ୟାପକ ଜିତୁ ସୁନା , ସମ୍ମାନିତ ଅତିଥି ରୂପେ ଲମ୍ୱୋଦର୍ ନୀଆଲ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପାଞ୍ଜଳୀ ପାଣ୍ଡେ, ନିମାଇଁ ଚରଣ ତାଣ୍ଡି, ବରିଷ୍ଠ କାର୍ଯ୍ୟକର୍ତ୍ତା ପିଲାଦାଉ ବାଞ୍ଜାରେ ମଞ୍ଚାସିନ ହେବେ।
ଶୋଭାଯାତ୍ରାରେ ବିଭିନ୍ନ ରଣ କୌଶଳ ପ୍ରଦର୍ଶିତ ହୋଇଥିବା ବେଳେ ସତାନାମ ଧର୍ମାବଲମ୍ବୀମାନେ ଧଳା ବସ୍ତ୍ର ପରିଧାନ କରି ସାମିଲ ହୋଇଥିଲେ।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


