ସିନାପାଲି ଗାୟତ୍ରୀ ଶକ୍ତିପୀଠର ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୂଆପଡା : ୨୭/୧୨(AKN NEWS): ନୂଆପଡ଼ା ଜିଲ୍ଲା ସିନାପାଲି ଗାୟତ୍ରୀ ଶକ୍ତିପୀଠ ପ୍ରତିଷ୍ଠାର ୪୨ତମ ବାର୍ଷିକ ଉତ୍ସବ ବୁଧବାର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି ା ସକାଳୁ ବିଧି ଅନୁଯାୟୀ ପୂଜାପାଠ ପରେ ପୂର୍ବାହ୍ଣରେ ନଅ କୁଣ୍ତୀୟ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା ା ଦେବ ସଂସ୍କୃତି ବିଶ୍ୱବିଦ୍ଯାଳୟ ଶାନ୍ତିକୁଞ୍ଜରୁ ଆସିଥିବା ତିନି ଜଣ ଦେବ କନ୍ଯା ଓ ସ୍ଥାନୀୟ ଶକ୍ତିପୀଠର ତ୍ରିନାଥ ମେହେର, ତରୁଣ କୁମାର ମେହେର, ଅର୍ଜୁନ ବାଗ, ସନ୍ତୋଷ ନାୟକ, ଜିତେଂଦ୍ର ମେହେର, ହରେକୃଷ୍ଣ ମେହେର, ବେଲାଲ ତାଣ୍ତି ପ୍ରମୁଖଙ୍କ ସହ ବରିଷ୍ଠ କାର୍ଯ୍ଯକର୍ତ୍ତା ପୂର୍ଣ୍ଣଚଂଦ୍ର ମେହେର କାର୍ଯ୍ଯକ୍ରମ ସଂଚାଳନ କରିଥିଲେ ା
ଏ ଅବସରରେ ମୁଣ୍ତନ, ପୁଂସବନ, କୁଣ୍ତାବେରା ଆଦି ସଂସ୍କାର କାର୍ଯ୍ଯ କରାଯାଇଥିଲା ଶେଷରେ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିବା ବେଳେ ଏହି ଆଧ୍ଯାତ୍ମିକ କାର୍ଯ୍ଯକ୍ରମରେ ଅଂଚଳର ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଲିଥିଲା କାର୍ଯ୍ଯକ୍ର ସଫଳତାରେ ଶକ୍ତିପୀଠର ସମସ୍ତ ପରିଜନ ସହଯୋଗ କରିଥିଲେ
ନୁଆପଡ଼ା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


