ପୁରୀ ସରକାରୀ ଆଇଟିଆଇ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ

(AKN NEWS): ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ପୁରୀ ସରକାରୀ ଆଇଟିଆଇ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ମେଳା ରେ ୨୫ ରୁ ଅଧିକ ନିଯୁକ୍ତି ଓ ତାଲିମଦାତା ସଂସ୍ଥା ଯଥା
କଟକ ଆର୍ମୀ ଭର୍ତ୍ତି କାର୍ଯ୍ୟାଳୟ, ହୋଣ୍ଡା, ଡାକ୍ତର ରେଡ୍ଡି’ସ୍, ଆପାସ୍ କଂସଲଟାନସି, ICICI ବ୍ୟାଙ୍କ, ଶାହୀ ଏକ୍ସପୋର୍ଟ, ଗ୍ରାମ ତରଙ୍ଗ, ସ୍ବତନ୍ତ୍ର, ଲାଇଫ୍ ଲାଇଟ୍ କ୍ୟାରିଅର୍ ସଲ୍ୟୁସନ୍, ୱିନ୍ସ୍ଟନ୍ ଇଣ୍ଡିଆ, ଆରୋଗ୍ୟ ହୋମ୍ କେର୍, ହୋଲିଡେ ରିସର୍ଟ ପୁରୀ, ୟଶଶ୍ୱୀ ଏକାଡେମୀ, କ୍ରେଡିଟ୍ ଆସେସ୍ ଗ୍ରାମିନ୍ ଲିମିଟେଡ୍, CIPET ଆଦି ଯୋଗଦେଇଥିଲେ।ଚାକିରି ଅନ୍ବେଷଣ ରେ ଥିବା ୫ମ ଶ୍ରେଣୀ ପାସ୍ ଓ ତଦୁର୍ଦ୍ଦ୍ଵ ସ୍କୁଲ, କଲେଜ (+୨ ଓ +୩), ଆଇଟିଆଇ, ଡିପ୍ଲୋମା ପାସ୍ କରିଥିବା ଏବଂ ଅଧାରୁ ପାଠ ଛାଡିଥିବା ଯୁବକ ଯୁବତୀ ଏଥିରେ ଅଂଶଗ୍ରହଣ କରିଥିଲେ। ମେଳାରେ ଡାକ୍ତର ଶରତ ମହାପାତ୍ର (ଏଡ଼ିଏମ୍), ଶ୍ରୀ ସରୋଜ ସ୍ୱାଇଂ(ଏକ୍ସଇକୁଟିଭ ଅଫିସର ପୁରୀ ମୁନିସିପାଲିଟି), ମେଜର ହେମେନ୍ଦ୍ର ସିଂହ୍ (ଏଆର୍ଓ କଟକ), ଶ୍ରୀ ଅରଖିତ ପ୍ରଧାନ (ଏବିଡିଓ ପୁରୀ),ଶ୍ରୀ ଅରବିନ୍ଦ ଘୋଷ (ଅଧ୍ୟକ୍ଷ, ଆଇଟିଆଇ ପୁରୀ) ଏବଂ ଶ୍ରୀ ସୁବାଷ ଚନ୍ଦ୍ର ବେହେରା(ପୁରୀ ଜିଲ୍ଲା ନିୟୋଜନ ଅଧିକାରୀ) ଅତିଥି ଭାବେ ଯୋଗଦେଇ ଆଶାୟୀ ପ୍ରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।
ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS


