ଓଡିଶା ଖବର

ଆସନ୍ତା କାଲି ନର୍ଲା ଗ୍ରସ୍ତ ରେ ଆସୁଛନ୍ତି ରାଜ୍ୟସଭା ସାଂସଦ ସୁଜିତ୍ ସେଠ୍

କଳାହାଣ୍ଡି, ୨୭/୧୨(ଜଗନ୍ନାଥ ନାଏକ, ଏକେଏନ୍ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା ର ୫ଟି ବିଧାନ ସଭା ଆସନରୁ ନର୍ଲା ନିର୍ବାଚନ ମଣ୍ଡଳୀ ଏକ ଚର୍ଚ୍ଚିତ ଅନ୍ୟତମ ଆସନ ଅଟେ ବର୍ତ୍ତମାନ ସାଧାରଣ ନିର୍ବାଚନ ପାଇଁ ସରକାର ବିଗୁଲ ବଜାଇ ସାରିଛନ୍ତି ଫଳରେ ବିଜେଡି,ବିଜେପି ଓ କଂଗ୍ରେସ ସହ ଅନ୍ୟାନ୍ୟ ଦଳ ଚଳଚଞ୍ଚଳ ହୋଇ ଉଠୁଥିବା ଦେଖିବାକୁ ମିଳୁଛି ଏପରି ସ୍ଥଳେ ବର୍ଷର ଶେଷ ସପ୍ତାହ ରେ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ସୁଜିତ୍ କୁମାର ଙ୍କ ଅଚାନକ ତୋଫାନି ଗ୍ରସ୍ତ କୁ ନେଇ ନର୍ଲା ଅଞ୍ଚଳରେ ନାନା କଳ୍ପନା କଳ୍ପନା ଆରମ୍ଭ ହୋଇଛି ପ୍ରାପ୍ତ ସୂଚନା ଅନୁଯାୟୀ ସାଂସଦ ଶ୍ରୀଯୁକ୍ତ ସେଠ୍ ଭବାନୀପାଟଣା ରୁ ବାହାରି ନର୍ଲା ବ୍ଲକ ଚିପୁଲ ନାଲା ଠାରେ ଘଣ୍ଟମାଲ ଗ୍ରାମ ପଞ୍ଚାୟତ, ଶାନ୍ତପୁର, ସର୍ଗିଗୁଡ଼ା, ନର୍ଲା ଓ ମାଣ୍ଡେଲ୍ ଭଳି ପାଞ୍ଚ ଗୋଟି ଗୋଟି ପଞ୍ଚାୟତ ର ଚାଷୀ ମାନଙ୍କୁ ନେଇ ଏକ ବୈଠକ କରାଯିବାର କାର୍ଯ୍ୟକ୍ରମ ରହିଛି ଏଥିରେ ରେତ କେନାଲ ପାଣିରୁ ବଞ୍ଚିତ ରହିଥିବା ଚାଷୀଙ୍କ ଆଲୋଚନା ପରେ କେନାଲ ର ସମ୍ପ୍ରସାରଣ ର ଆଲୋଚନା ଓ ସୁ ବ୍ୟବସ୍ଥା ର ବିଷୟ ବସ୍ତୁ ରହିଛି ପରେ ଦହଲ ଗ୍ରାମ ଦେଇ ମାଣ୍ଡେଲ ୟୂଜି ଏମିସ୍କୁଲ କୁ ସାଂସଦ ଦେଇଥିବା ପାଞ୍ଚଲକ୍ଷ ଟଙ୍କାର ଗୃହ ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି ସେହିଭଳି ନର୍ଲାରୋଡ ରେଲୱେ ଷ୍ଟେସନ ଠାରେ ଯାତ୍ରୀ ମାନଙ୍କ ବିଶ୍ରାମ ସୁବିଧା ପାଇଁ ଦିଆଯାଇଥିବା ସାଂସଦ ପାଣ୍ଠି ତଦାରଖ କରିବେ ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର ଏବଂ ପରିଶେଷରେ ତୁଲାପଡା ଠାରେ ଆୟୋଜିତ ଆମ ଓଡ଼ିଶା ନବୀନ ଓଡ଼ିଶା କ୍ରୀଡା ମହୋତ୍ସବ ୨୦୨୩ କୁ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପରେ ରାମପୁର ଯିବାର କାର୍ଯ୍ୟକ୍ରମ ରହିଛି

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!