ଓଡିଶା ଖବର
ଆଜି ଜିରୋ ହୋଇଲା ହିରୋ

(AKN NEWS) : – ଆଜି ଜିରୋ ହୋଇଲା ହିରୋ -:
. 1
ଟିକି ଟିକି ଚାଲେ ସେକେଣ୍ଡ
ଏକ ମିନିଟରେ ଷାଠେ ଶାଉଣ୍ଡ
. 2
ଷାଠେ ମିନିଟରେ ପୁରା ଘଣ୍ଟା ଟି
ଚବିଶ ଘଣ୍ଟାରେ ରାତି ଦିନଟି
. 3
ତିରିଶ ଦିନରେ ପ୍ରାୟତ ମାସ
ବାଆର ମାସରେ ଏକ ବରଷ
. 4
ଗଣି ଗଣି ଗଲା ବର୍ଷ ପୁରୁଣା
ନୂଆ ବର୍ଷଟିର ହେଲା ଗଣନା
. 5
ବିଦାୟ ଆପଣ ବର୍ଷ ତେଇଶ
ସ୍ୱାଗତ ଚବିଶ ନୂଆ ବରଷ
. 6
କଥାରେ ପୁରୁଣା ଅଟଇ ସୁନା
ନୂଆ ବର୍ଷ ପାଇଁ ନୂଆ ଭାବନା
. 7
ଗାଁ ଦେଶ ଠାରୁ ପୃଥିବୀ ସାରା
ନୂଆରେ ଚମକେ ଆମରି ଧରା
. 8
ସମୟ ଆସିଲା ନାଇଟ ଜିରୋ
ସେଲେବ୍ରେସନ ଟି ହୋଇଲା ହିରୋ
. 9
ଆମ ସଂସ୍କୃତି ର ସର୍ବେ ଭବନ୍ତୁ
କହେ ସୁଖୀ ହୋଇ ସର୍ବେ ରହନ୍ତୁ
. 10
ନିରୋଗରେ ଥାଉ ମଣିଷ ଦେହ
ମଙ୍ଗଳ ଘଟଣା ହେଉ ପ୍ରତ୍ୟହ
. 11
ଦୁଃଖ ନ ହେଉଟି କାହା ଭାଗ୍ୟରେ
ରଖି ଥାନ୍ତୁ ପ୍ରଭୁ ସଦା ସୁଖରେ
. 12
ନୂଆ ବରଷରେ ନୂଆ କାମନା
ପୂରଣ ହେଉଟି ଆମ ଭାବନା
କବି – ବିମ୍ବାଧର ମେହେର
ଜନ୍ମମାଟି – ଝରଣୀ
କର୍ମମାଟି – ତୁରେକେଳା
ଜିଲ୍ଲା – ବଲାଙ୍ଗୀର ( ଓଡିଶା )
ମୋବ – 9777994760
AKN news


