ଓଡିଶା ଖବର
ଇଂରାଜୀ ନୁଆଁ ବର୍ଷ ଶୁଭେଚ୍ଛା

ଭୁବନେଶ୍ୱର (AKN NEWS):ଇଂରାଜୀ ନୂଆବର୍ଷ ୨୦୨୪ ଉପଲକ୍ଷେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଲୋକସମ୍ପର୍କ ଭବନରେ ଅନୁଷ୍ଠିତ ସଭାରେ ଶ୍ରୀ ସିଂ ଯୋଗଦେଇ ଗତ ବର୍ଷ ବିଭାଗର ବିଭିନ୍ନ କାର୍ଯ୍ୟର ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ଏଥି ସହିତ ଆଗାମୀ ଦିନରେ ରାଜ୍ଯ ତଥା ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ସମାରୋହ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ, ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ତଥା ଅନ୍ଯାନ୍ଯ କାର୍ଯ୍ୟକ୍ରମ ଗୁଡିକରେ ବିଭାଗ ପକ୍ଷରୁ ଅଧିକ ସହଯୋଗ ଭିତ୍ତିରେ କାମ କରିବାକୁ ଉପଦେଶ ଦେଇଥିଲେ। ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ବୈଷୟିକ ନିର୍ଦ୍ଦେଶକ, ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକ ଏବଂ ଅନ୍ଯାନ୍ଯ ଅଧିକାରୀମାନେ ସଭାରେ ଉପସ୍ଥିତ ଥିଲେ।
ଭୁବନେଶ୍ୱର ରୁ ଖୋର୍ଦ୍ଧା ଜିଲ୍ଲା ବ୍ୟୁରୋ ଚିଫ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS


