ଓଡିଶା ଖବର

ପୁରୀ ଭକ୍ତ ନିବାସ ରେ ଓଟିଡିସି ପକ୍ଷରୁ ନିରାମିଷ ଭୋଜନାଳୟ

ପୁରୀ ୧/୧ (AKN NEWS): ପୁରୀ ର ନୀଳାଦ୍ରି ଭକ୍ତ ନିବାସ, ଗୁଣ୍ଡିଚା ଭକ୍ତ ନିବାସ,ନୀଳାଚଳ ଭକ୍ତ ନିବାସ ଓ ପୁରୁଷୋତ୍ତମ ଭକ୍ତ ନିବାସ ରେ ନିରାମିଷ ଭୋଜନାଳୟ ର ବ୍ୟବସ୍ଥା ଓଟିଡିସି ବା ଓଡିଶା ପର୍ଯ୍ୟଟନ ଊନ୍ନୟନ ନିଗମ ପକ୍ଷରୁ କରାଯିବ ବୋଲି ସୂଚନା ଦିଆଯାଇଛି।ଆଜି ଅପରାହ୍ନ ରେ ପୁରୁଷୋତ୍ତମ ଭକ୍ତ ନିବାସ ଠାରେ ଓଟିଡିସି ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିମାନ ଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ପୁରୀ ଯେହେତୁ ଏକ ପ୍ରସିଦ୍ଧ ଧାର୍ମିକ କ୍ଷେତ୍ର।ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ମଧ୍ୟରେ ସାତ୍ତ୍ଵିକ ଭୋଜନ ପାଇଁ ଆଗ୍ରହ ରହିଥାଏ।ତେଣୁ ସେମାନଙ୍କ ଚାହିଦା ମେଣ୍ଟାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓଟିଡିସି ସହଭାଗିତାରେ ଶ୍ରୀମନ୍ଦିର ର ୪ଟି ଯାକ ଭକ୍ତ ନିବାସ ରେ ନିରାମିଷ ଭୋଜନାଳୟ ର ବ୍ୟବସ୍ଥା ହୋଇଛି।ଓଡିଆ ଖାଦ୍ୟ ପରିବେଷଣ ସହ ପାର୍ବଣ ମାନଙ୍କ ରେ ପାରମ୍ପରିକ ସୁସ୍ୱାଦୁ ଖାଦ୍ୟ ମଧ୍ୟ ପରିବେଷିତ ହେବାର ବ୍ୟବସ୍ଥା ଅଛି।ସେହିପରି ଟ୍ରାଭେଲ ଡେସ୍କ ମାଧ୍ୟମରେ ପର୍ଯ୍ୟଟନ ପାଇଁ ଟିକେଟ ବ୍ୟବସ୍ଥା ରହିବ ଯାହା ଫଳରେ ପର୍ଯ୍ୟଟକ ମାନେ ହଇରାଣ ବା ଠକାମୀରୁ ବର୍ତ୍ତି ପାରିବେ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ।ଓଟିଡିସି ର ଅଧ୍ୟକ୍ଷ ଡ଼ଃ ଲେନିନ ମହାନ୍ତି ଓଟିଡିସି ଓ ଶ୍ରୀମନ୍ଦିର ପ୍ରଶାସନ ର ମିଳିତ ସହଯୋଗ ରେ ଯାତ୍ରୀ ମାନଙ୍କୁ ଭଲ,ସୁସ୍ୱାଦୁ ଓ ଉଚିତ ମୂଲ୍ୟ ରେ ସାତ୍ତ୍ଵିକ ନିରାମିଷ ଖାଦ୍ୟ ଯୋଗାଇ ଦିଆଯିବ ।ଶ୍ରୀମନ୍ଦିର ପ୍ରଶାସନ ଓଟିଡିସି ଉପରେ ଭରସା ରଖି ଥିବାରୁ ତାଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ବିଶ୍ୱାସ କୁ ବଜାୟ ରଖିବୁ ବୋଲି ସେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ର ସଦସ୍ୟ ଦୂର୍ଗା ପ୍ରସାଦ ଦାସମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା, ଅନନ୍ତ ତିଆଡି,ଶ୍ରୀମନ୍ଦିର ପ୍ରଶାସକ ଉନ୍ନୟନ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଓଟିଡିସି ର ସାଧାରଣ ପରିଚାଳକ ଡ଼ଃ ଲଲାଟେନ୍ଦୁ ସାହୁ,ରାଜସ୍ୱ ଉପ ପ୍ରଶାସକ ପ୍ରମୋଦ କୁମାର ପୃଷ୍ଟି ପ୍ରମୁଖ ଯୋଗ ଦେଇ ଏହି ବ୍ୟବସ୍ଥା ଦ୍ଵାରା ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବିଶେଷ ଉପକୃତ ହୋଇ ପାରିବେ ବୋଲି କହିଥିଲେ।ପୁରୀ ପାନ୍ଥନିବାସର ପରିଚାଳକ ଚନ୍ଦ୍ର କାନ୍ତ ସାହୁ ଓ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!