ସଡ଼କ ସୁରକ୍ଷା ସପ୍ତାହ ନିମନ୍ତେ ସଚେତନ କାର୍ଯ୍ୟକ୍ରମ ଉଦଘାଟିତ।

(AKN NEWS): ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସଡ଼କ ସୁରକ୍ଷା ସପ୍ତାହ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ମୁଖ୍ୟ ଅତିଥି ବେଦବର ପ୍ରଧାନ (ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ) ସବୁଜ ପତାକା ଦେଖାଇ ଉଦଘାଟିତ କରିଥିଲେ l ମୁଖ୍ୟ ବକ୍ତା ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଯୋଗଦାନ କରି ସଡ଼କ ସୁରକ୍ଷା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଆଲୋଚନା କରିଥିଲେ l
ଏହି କାର୍ଯ୍ୟକ୍ରମକୁ ଯାନ ବାହାନ ନିରୀକ୍ଷକ ଜୋହନ ପ୍ରତାପ କୁଲୁ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଅନ୍ୟତମ ଅତିଥି ଦୀପକ କୁମାର ସାହୁ, ସନ୍ତୋଷ କୁମାର ବେହେରା,ସଞ୍ଜୟ କୁମାର ପାଣିଗ୍ରାହୀ ଛାତ୍ରଛାତ୍ରୀଙ୍କୁ ଦୁର୍ଘଟଣାକୁ କେମିତି ଏଡେଇ ପାରିବା ସେ ବିଷୟରେ ବୁଝେଇଥିଲେ l ଏହି କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟ ଏନ.ସି.ସି ଯୁବ ରେଡ଼କ୍ରସ, ଜେ.ଏନ.ଭି ଏନ.ସି.ସି ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ଏନ.ସି.ସି ସକ୍ରିୟ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ୱାକଥନ କାର୍ଯ୍ୟକ୍ରମ କରିଥିଲେ l ଏଥିରେ ପ୍ରାୟ 150 ରୁ ଉର୍ଦ୍ଧ୍ଵ ଛାତ୍ରମାନେ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ପ୍ରସନ୍ନ କୁମାର ଦାସ,ଦେବାଶିଷ ପରିଡାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ l
Malkangiri bureau chief Jyoti ranjan behera AKN NEWS


