ଓଡିଶା ଖବର

ମେଣ୍ଢାଟାଲ ବିଦ୍ୟାଳୟ ରେ ଭାଷା ସାହିତ୍ୟ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ

(AKN NEWS): ମେଣ୍ଢାଟାଲ ବିଦ୍ୟାଳୟ ଠାରେ ଭାଷା ସାହିତ୍ୟ ସୃଜନୀ ଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, କାର୍ଯ୍ୟକ୍ରମ ରେ ସାହିତ୍ୟ ସୃଜନୀ, କୋସଲି, ଜିଜ୍ଞାସା, କ୍ରୀଡାଙ୍ଗନ ରେ ଅନେକ ଛାତ୍ରଛାତ୍ରୀ ଗ୍ରୁପ ମାଧ୍ୟମରେ ଭାଗ ନେଇ ଅନେକ ସରକାର ଙ୍କ ଆକାଂକ୍ଷା ପାଠ୍ଯକ୍ରମ ଅନୁସାରେ ନିଜେ ନିଜେ କରି ଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଲିଖିତ “ମୋ କଥା ମୋ କାହାଣୀ “ବହି ଅତିଥି ମାନେ ଉନ୍ନୋଚିତ କରିଥିଲେ। ସାହିତ୍ୟ ସୃଜନୀ ମେଣ୍ଟର-ପ୍ରେମାନନ୍ଦ ସେଠ୍, ଜିଜ୍ଞାସା ମେଣ୍ଟର-ଅଭିଳାଷ ଶବର ଓ ଯୋଗୀତା ମାଝୀ, କୋଶଲି ମେଣ୍ଟର- ସୁଗୁନି ସତନାମୀ ଓ କ୍ରୀଡାଙ୍ଗନ ମେଣ୍ଟର-ଭରତ ପଧାନ ଛାତ୍ରଛାତ୍ରୀ ମାନଙ୍କ ଲୁକାୟିତ ପ୍ରତିଭା କୁ ପରିଦର୍ଶନ କରି ଥିଲେ। ସମସ୍ତ କ୍ଲବ ର ଛାତ୍ରଛାତ୍ରୀମାନେ ସଂସ୍କୃତି କାର୍ଯ୍ୟକ୍ରମ ମଧ୍ଯ କରି ଥିଲେ ଓ ସାହିତ୍ୟ ସୃଜନୀ କ୍ଲବ କୁ ପୁରସ୍କୃତ କରାଯାଇଥିଲା. କ୍ଲବ ର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅବନୀରଞ୍ଜନ ଯୋଶୀ, ଏସ୍ ଏମ୍ ସି ସଭାନେତ୍ରୀ ଯଶୋବନ୍ତୀ ବାଗ, ୱାର୍ଡ ମେମ୍ବର ବିମଳା ବାଗ, ସି ଆର୍ ସି-ସନ୍ତୋଷ କୁମାର ବାଗ, ସାମାଜ ସେବି-ଅଜୟ ଗହୀର, ଜୟମତି ଠାକୁର, ଏଆଇଏଫ୍ କର୍ମ କର୍ତ୍ତା ଯଶୋବନ୍ତ ନାଗେଶ, ଶୋଭାକର ପ୍ରଧାନ , ପୁରୋହିତ ସୁନାନି,କିରଣ ସିଂହ।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!