ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋଡ଼େନ ରେ ନୂଆ- ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

(AKN NEWS): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୁଆ -ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଟିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବୋଡ଼େନ ଥାନା ଏସ ଆଇ ଜିତୁ ମହାନନ୍ଦ ମାଞ୍ଚାଷିନା ଥିବାବେଳେ ସମ୍ମାନିତ ଅତିଥି ଭାବରେ ଏ ଏସ ଆଇ ଲଳିତ ମୋହନ ନାଏକ, ବରିଷ୍ଟ ସାମ୍ବାଦିକ ତଥା ବୋଡ଼େନ ବ୍ଲକ ସାମ୍ବାଦିକ ସଙ୍ଗଠନ ସଭାପତି ବିଶିକେଶନ ପଣ୍ଡା , ବରିଷ୍ଟ ସାମ୍ବାଦିକ ଟିକେଶ୍ୱର୍ ନାଗ ,ପ୍ରାଧ୍ୟାପକ ଗୟାଧର ମହାନ୍ତି , ପ୍ରାଧ୍ୟାପକ ସାମୁଏଲ ଦାନୀ , ଅଧ୍ୟାପିକା ସନମତି ମହାନନ୍ଦ , ଅଧ୍ୟାପକ ଥବିର ଦୀପ ପ୍ରମୁଖ ମଞ୍ଚାଶିନା ଥିଲେ । ଓଡ଼ିଆ ଭାଷା ସାହିତ୍ୟର ସମ୍ବୃଦ୍ଧି ପାଇଁ ନିବଦ୍ଧ ଲିଖନ , ବକ୍ତୃତା , ସଙ୍ଗୀତ, ଭଜନ, ହସ୍ତାକ୍ଷର, କୁଇଚ, ଚିତାଙ୍କନ,କବିତା ପାଠଉତ୍ସବ,ଓଡ଼ିଆ ଘରର ପିଠା, ରଙ୍ଗୋଲି, ଓ ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ଘରର ପିଠା ଓ ରଙ୍ଗୋଲୀ କାର୍ଯକ୍ରମ ର ଜର୍ଜ ଭାବରେ ବରିଷ୍ଟ ସାମ୍ବାଦିକ ବିଶିକେଶନ ପଣ୍ଡା ଓ ଟିକେଶ୍ୱର୍ ନାଗ ଉପସ୍ଥିତ ଥିଲେ ।
କାର୍ଯକ୍ରମ ର ନୋଡାଲ ଅଫିସର ପ୍ରାଧ୍ୟାପକ ଗୟାଧର ମହାନ୍ତି ମଞ୍ଚ ପରିଚାଳନା କରିଥିବାବେଳେ ପ୍ରାଧ୍ୟାପକ ସାମୁଏଲ ଦାନୀ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଥବୀର ଦୀପ ସମସ୍ତ ପ୍ରତିଯୋଗିତାର ଫଳାଫଳ ଘୋଷଣା କରିଥିଲେ ।ଛାତ୍ର ଛାତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଥିବାବେଳେ ଏହାକୁ ବେଶ ଆନନ୍ଦର ସହ ଉପଭୋଗ କରିଥିଲେ । ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ପୁଣି ଆସନ୍ତା କାଲି ଶନିବାର ଦିନଠାରୁ ଜଗନ୍ନାଥ ସଂସ୍କୃତି ଉପରେ ସେମିନାର , ପାଲା ଆଦି କାର୍ଯକ୍ରମ ଆରମ୍ଭ କରାଯିବ ବୋଲି କଲେଜ ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡ ସୂଚନା ପ୍ରଦାନ କରିଥିଲେ ।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


