ଓଡିଶା ଖବର

ରକ୍ତ କର୍କଟ ପୁଅଙ୍କୁ ସହାୟତା ପାଇଁ ବାପା ମାଁ’ଙ୍କ ଆକୁଳ ନିବେଦନ

(AKN NEWS): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ସାନ ମହେଶ୍ୱର ଗ୍ରାମର ନୀଳାମ୍ବର ଓ ରତମନିଙ୍କ ପୁଅ ଗୌତମ ଏବେ ବ୍ଲଡ଼ କ୍ୟାନସର ସମେତ ଅନ୍ୟାନ୍ୟ ରୋଗରେ ପୀଡିତ। ଦୁଇ ମାସ ତଳେ ଗୌତମଙ୍କ ଦେହ ଖରାପ ହେବାରୁ କଣ୍ଟାବାଞ୍ଜି ହସ୍ପିଟାଲ ନେଇ ଦେଖାଇଥିଲେ। ସେଠାରେ ଅବସ୍ଥା ଜଟିଳ ଥିବା କହି ଡାକ୍ତର ତାଙ୍କୁ ରାୟପୁର ବାଲାଜୀ ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ। ନୀଳାମ୍ବର ତାଙ୍କୁ ବାଲାଜୀ ଡାକ୍ତରଖାନାରେ ଭର୍ତ୍ତି କଲେ। ସେଠାରେ କିଛି ଦିନ ରହିବା ପରେ ମଧ୍ୟ ସେ ଭଲ ହେଲେ ନାହିଁ ଓ ପ୍ରାୟ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଗଲା। ସେଠାକାର ଡାକ୍ତର ଗୌତମଙ୍କୁ କ୍ୟାନସର ହୋଇଥିବା ସନ୍ଦେହ କରି ବାଲକୋ ନେବାକୁ କହିଥିଲେ। ବାଲକୋ ହସ୍ପିଟାଲରେ ତାଙ୍କୁ ବ୍ଲଡ଼ କ୍ୟାନ୍ସର ସହ କିଡନୀ ରୋଗ, ଫୁସଫୁସ ଓ ଲିଭର ସଂକ୍ରମିତ ହୋଇଥିବା କୁହାଗଲା। ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳିଥିବା ସ୍ମାର୍ଟ୍ କାର୍ଡ ରୁ ପାଞ୍ଚ ଲକ୍ଷ ଟଙ୍କା ସରିଗଲାଣି। ଏବେ ଟଙ୍କା ନହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ଆଉ ଚିକିତ୍ସା କରିବେ ନାହିଁ। ଏଣୁ ସରକାରୀ ସହଯୋଗ ପାଇଁ ବାପା ମାଁ ବାଲକୋ ଡ଼ାକ୍ତରଖାନାରୁ ଭିଡିଓ ବାର୍ତ୍ତା ପଠାଇଛନ୍ତି। ଗୌତମ ର ଭଉଣୀ ଚନ୍ଦକାନ୍ତି କାକା ପିତାମ୍ବର ଓ ସାନ ମହେଶ୍ୱର ସରପଞ୍ଚ ମଧ୍ୟ ସରକାରୀ ସହିଯୋଗ ସହ ଜନ ସାଧାରଣ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି। ଏନେଇ ଖଡ଼ିଆଳ ବିଡ଼ିଓ ବିରସେନ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏନେଇ ନୂଆପଡ଼ା ଜିଲ୍ଲାପାଳଙ୍କ ସହ କଥା ହେବେ ସାହାଯ୍ୟ କରିବାର ଚେଷ୍ଟା କରିବେ ବୋଲି କହିଥିଲେ।ତାଙ୍କୁ ସହାୟତା ପାଇଁ ଏହି ନମ୍ବରରେ ଯୋଗାଯୋଗ ପାଇଁ ଅନୁରୋଧ 9777511477 ଓ ଇଛୁକ ବ୍ୟକ୍ତି ଫୋନ ପେ ନମ୍ବର ରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ

Phone pay no -9861412501

ପୀଡିତ ଙ୍କ ବାପା ନମ୍ବର- 9777511477

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!