ଓଡିଶା ଖବର
ଶ୍ରୀଜୀଉ ଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ। ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରି ଖୁସି ବ୍ୟକ୍ତ କଲେ।

ପୁରୀ ୨୩/୧ (AKN NEWS): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।ଅପରାହ୍ନ ରେ ମାଟିତୋଟା ହେଲିପ୍ୟାଡରେ ପହଞ୍ଚିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ ପି ଡା କନୱର ବିଶାଲ ସିଂ ତାଙ୍କୁ ସ୍ୱାଗତ କରିଥିଲେ।ମୁଖ୍ୟମନ୍ତ୍ରୀ ସମଙ୍ଗ ଠାରୁ ଶ୍ରୀ ସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟର ରେ ପହଞ୍ଚି ଥିଲେ।ସେଠାରୁ ଶ୍ରୀମାର୍ଗ ଦେଇ ସିଂହଦ୍ବାର ରେ ପହଞ୍ଚି ଥିଲେ।
ପରେ ଅରୁଣ ସ୍ତମ୍ଭ ନିକଟରୁ ପତିତପାବନ ଙ୍କୁ ଦର୍ଶନ କରି ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ରେ ପ୍ରବେଶ କରିଥିଲେ।ଶ୍ରୀଜୀଉମାନଙ୍କୁ ଦର୍ଶନ କରି ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ।ମନ୍ଦିର ରୁ ଫେରିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ବୁଲି ଦେଖି ନିଜର ଖୁସି ବ୍ୟକ୍ତ କରିଥିଲେ।ମୁଖ୍ୟମନ୍ତ୍ରୀ ଙ୍କ ସହ ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।
ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS


