ଓଡିଶା ଖବର

ପାଳିତ ହେଲା ବ୍ଲକ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ

କୋକସରା ୨୬/୧/୨୪(AKN NEWS): କୋକସରା ବ୍ଲକ ସଦର ମହକୁମା ଗୁଡ଼ହାଣ୍ଡିମଞ୍ଚ ଠାରେ, ଶୁକ୍ରବାର ୭୫ ତମ ସାଧାରଣତନ୍ତ୍ର ଦିବସ,ପାଳନ କରାଯାଇଥିଲା l ଆଜି ର ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ କର୍ଯ୍ୟକ୍ରମକୁ, କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନେହା ପ୍ରଭା ମାଝୀ,ତୀରଙ୍ଗା ପତାକା କୁ ଉତ୍ତଲନ କରିଥିଲେ ଏବଂ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ,କୋକସରା ଥାନା ଓ଼ଆଇସି ଅନିଲ କୁମାର ପାଢ଼ୀ,କୋକସରା ସରପଞ୍ଚ କିଶୋର ପ୍ରଧାନୀ,ଓ ସମାଜ ସେବି ପୁରୁଷୋତମ ଗୁପ୍ତା, ଉପସ୍ଥିତ ଥିଲେ l ଆଜିର ଏହି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ,କୋକସରା ଡିଗ୍ରୀ କଲେଜର ଏନସିସି ଛାତ୍ର ଛାତ୍ରୀ, କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ଏନସିସି ଛାତ୍ର ଛାତ୍ରୀ,କୋକସରା ଆଦର୍ଶ ବିଦ୍ୟାଳୟ, ମୋଟେର ଇଂରାଜୀ ମିଡିୟମ ସ୍କୁଲ, ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏହି ସାଧାରଣତନ୍ତ୍ର ଦିବସରେ ପେରେଡ କରିଥିଲେ l ବିଦ୍ୟଳୟର ଛାତ୍ର,ଛାତ୍ରୀ ମାନଙ୍କ ମଧ୍ୟରେ ଦେଶାତମକ ସଂଗୀତ ଓ ନୃତ୍ୟ ହୋଇଥିଲା l ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଥିଲା l ଏହି ଅବସରରେ କୋକସରା ବ୍ଲକ କାଉଡ଼ଲା ଗ୍ରାମ ପଞ୍ଚାୟତର ସୁନୀତି ପୁରୋହିତ,ନିକଟରେ ଦୁବାଇରେ ଆୟୋଜିତ ହୋଇଥିବା ‘କପ ୨୮’ ଶିଖର ସମ୍ମିଲନୀରେ ସେ ଅଷ୍ଟ୍ରେଲିଆର ପ୍ରତିନିଧୀତ୍ୱ କରି ଆଇରନ ଓ ଷ୍ଟିଲମେକିଂ ସମ୍ବନ୍ଧ ପାଇଁ ‘ନେଟ-ଜିରୋ ଇଣ୍ଡଷ୍ଟ୍ରି’ ଆୱାର୍ଡପ୍ରାପ୍ତ ହୋଇଛନ୍ତି ଡ଼. ପୁରୋହିତ ଉପସ୍ଥିତ ନଥିବା ଯୋଗୁ ତାଙ୍କ ବାପା କୃଷ୍ଣଚଦ୍ର ପୁରୋହିତଙ୍କୁ, ସମ୍ବର୍ଦ୍ଧନା ପ୍ରାପ୍ତ ଦିଆଯାଇଥିଲା l ଓ ବିଭିନ୍ନ ରାଜ୍ୟସ୍ତରୀୟ କ୍ରୀଡା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ମାନଙ୍କୁ ସମ୍ବର୍ଦ୍ଧନା ପ୍ରାପ୍ତ କରାଯଇଥିଲା l

କୋକସରା ବ୍ଲକ ରୁ ତୁଷାର ରଂଜନ ରାଉତ ଙ୍କ ରିପୋର୍ଟ ଏକେନ୍ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!