ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତର ମଖାପଲା ଗାଁ ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

(AKN NEWS): ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତର ମଖାପଲା ଗାଁ ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ ଯୋଗଦେଇ ତୃଣମୂଳ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଯଥା ଆମ ଓଡ଼ିଶା ନବୀନ ଓଡ଼ିଶା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଅନ୍ୟାନ୍ୟ କିଭଳି ପହଞ୍ଚି ପାରିବ ସେ ନେଇ ଆଲୋଚନା କରିଥିଲେ। ବିଜେଡି ସଂଗଠନକୁ ଓ୍ବାର୍ଡ ସ୍ତରରୁ ମଜଭୂତ କରିବା ସହିତ ଷଷ୍ଠ ଥର ପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। ପଞ୍ଚାୟତକୁ ୫୦ଲକ୍ଷ ଟଙ୍କାର ଅନୁଦାନ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଓ୍ବାର୍ଡ ମେମ୍ବର ତନୁ କରୁଆଁ, ସମାଜସେବୀ କୁନା ଶବର, ହୀରା ବାଗ, ଶଶୀ ଶବର, ଆଦିବାସୀ ନେତା ଜଗୁରାମ ମାଝୀ, ଯୁବନେତା ବାବୁଲି ସୁନା, ସମ୍ବୋଧର ସୁନାନୀ, ଆଶୁତୋଷ ବେହେରା, ଅଶ୍ବିନ ତାଣ୍ଡି, ସୁଶିଲ ଛତ୍ରିଆ, ବିଷ୍ଣୁ ନାଗ, ଅକ୍ରୁର ମାଝୀ, ବରିଷ୍ଠ କର୍ମକର୍ତ୍ତା, ଯୁବ -ଛାତ୍ର ମହିଳା ଏବଂ ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


