ସରକାରୀ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ର ସବୁଜ ସୁନ୍ଦର ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟ ରେ ୭୫ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି ।

(AKN NEWS): ମେଦିନୀପୁର ରେ ଜାତୀୟ ପତାକା ଉତ୍ତୋଳନ କଲେ ଗାଁ ର ବର୍ଷିଆ ନ ମହିଳା ମାଆ ହରପ୍ରିୟା ଆଚାର୍ଯ୍ୟ @ ସରକାରୀ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ର ସବୁଜ ସୁନ୍ଦର ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟ ରେ ୭୫ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି । ଗ୍ରାମର ୯୨ ବର୍ଷୀୟ ବୟୋଜ୍ୟେଷ୍ଠ ବର୍ଷିଆ ନ ମହିଳା ମା’ ହରପ୍ରିୟା ଆଚାର୍ଯ୍ୟ ବିଦ୍ୟାଳୟ ର ସାଦର ନିମନ୍ତ୍ରଣ କ୍ରମେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
ଏହି ମହାନ ଜାତୀୟ ଉତ୍ସବ କୁ ବିଦ୍ୟାଳୟ ର କୁନି କୁନି ଛାତ୍ରଛାତ୍ରୀମାନେ କରିଥିବା ଭବ୍ୟ ଆୟୋଜନ ଏବଂ ମହାନ ଚିନ୍ତାଧାରା କୁ ସ୍ନେହମୟୀ ମାଆ ହରପ୍ରିୟା ଆଚାର୍ଯ୍ୟ ଭୁ ରି ୟ ପ୍ରଶଂସା କରିଥିଲେ । “ଭାରତ ମାତା କି ଜେ – ବନ୍ଦେ ମାତା ରାମ – ଇନ କ୍କିଲାବ ଦିନ୍ଦାବାଦ୍ – ଜୟ ହିନ୍ଦ୍ ସହିତ ହର ଘର ହାତ ମେ ତ୍ରିରଙ୍ଗା – ହର ହାତ ମେ ତ୍ରିରଙ୍ଗା – ହର ମନ ମେ ତ୍ରିରଙ୍ଗା – ହର ଦିଲ ମେ ତ୍ରିରଙ୍ଗା – ହର ଜା ନ ହେ ତ୍ରିରଙ୍ଗା” ନାରା ରେ ସମଗ୍ର ଗାଁ ମାଟି ପ୍ରକମ୍ପିତ ହୋଇଥିଲା ।
ବିଦ୍ୟାଳୟ ର କୁନି କୁନି ଶିଶୁଙ୍କ ଦେଶାତ୍ମବୋଧକ ସଙ୍ଗୀତ ଏବଂ “ମୋ ମାଆ ଭାରତ ତା ପାଇଁ ମୋ ଜୀବନ ଉତ୍ସର୍ଗୀକୃତ ” ବକୃତା ସମସ୍ତ ଙ୍କ ମନ ମୋହି ନେଇଥିଲା । ବିଦ୍ୟାଳୟ ର କୁନିକୁନି ଶିଶୁଙ୍କ ଡ଼୍ରିଲ ଏବଂ ଅଦ୍ଭୁତ ପୂର୍ବ ପିରାମିଡ଼ ପ୍ରଦର୍ଶନ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲା । ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମ କୁ ଶିକ୍ଷୟିତ୍ରୀ ସଂଯୁକ୍ତା ଦାଶ,କଲ୍ୟାଣୀ ଦାସ , ପ୍ରତିଭା ଦାଶ, ନିଶା ମଣୀ ଦେଇ ଓ ବରିଷ୍ଟ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ ପ୍ରମୁଖ ପରିଚାଳନା କରିଥିବା ସ୍ଥଳେ ବିଦ୍ୟାଳୟ ପରିଚାଳନା କମିଟି ଉପାଧ୍ୟକ୍ଷ ଆଶିଷ କୁମାର ପଣ୍ଡା, ସଭ୍ୟା ବିଦୁ ମତି ସୁନାନୀ ଓ ସମାଜସେବୀ ବିରଞ୍ଜିନାରାୟଣ ମିଶ୍ର ଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗଦାନ କରିଥିଲେ ।
ବିଦ୍ୟାଳୟ କମାଣ୍ଡର କରନ୍ ହିଆଲ୍ ହାଉସ ଗୁଡିକୁ ସଂଚାଳନ କରିଥିବା ବେଳେ କ୍ୟାପଟେନ ସୁଶୀ ସମୀକ୍ଷା ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


