ଓଡିଶା ଖବର

କଣ୍ଟାବାଞ୍ଜି ରାଜନୀତିରେ ହଟଚମଟ ଉଭୟ କଂଗ୍ରେସ ,ବିଜେପି ଓ ବିଜେଡି ମଧ୍ଯରେ ଛକାପଞ୍ଚା

ବଲାଙ୍ଗୀର,୨୭/୦୧ (AKN NEWS): ଡିକେ ନ୍ୟୁଜ: ଦେଶରେ ଅନେକ ରାଜ୍ୟରେ ଫଳାଫଳ ଏବଂ ରାମ ମନ୍ଦିର ପ୍ରତିଷ୍ଠା ପରେ ବିଜେପି କର୍ମୀଙ୍କ ମହଲରେ ଉତ୍ସାହ ଦେଖାଦେଇଛି । ତାଠାରୁ ଅଧିକ ଉତ୍ସାହ ପ୍ରତିଫଳିତ ହୋଇଛି ବିଜେଡି କର୍ମୀଙ୍କ ମହଲରେ । କାରଣ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଭୋଟରଙ୍କୁ ପ୍ରଭାବିତ କରିବାର ଆଶା କରାଯାଇଛି । ଅନ୍ୟପଟେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବିଧାୟକ ଥିବାରୁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସବୁବେଳେ ଉତ୍ସାହ ପରିଲକ୍ଷିତ ହେଉଛି। ଏହି ନିର୍ବାଚନ ମଣ୍ଡଲିକୁ ମୁଖ୍ୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ପ୍ରତିନିଧି ତଥା ୫ଟି ଓ ନବୀନ ଓଡ଼ିଶାର ଅଧ୍ଯକ୍ଷ ଭିକେ ପାଣ୍ଡିଆନଙ୍କ ଗସ୍ତ ପରେ ଏହି ନିର୍ବାଚନ ମଣ୍ଡଳୀରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।

ମାତ୍ର ବିଗତ ପଞ୍ଚାୟତ ନିର୍ବାଚନ ଏବଂ ପୂର୍ବ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଅନୁଧ୍ୟାନ କଲେ ରାଜନୈତିକ ପଟ୍ଟ ପରିବର୍ତ୍ତନ ଘଡିକେ ଘୋଡା ଛୁଟିଲା ଭଳି ଲାଗୁଛି। ଅନେକ ସମୟରେ ନିର୍ବାଚନ ଆସିଲେ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ତାର ପତିଆରା ଜାରି ରଖିଥିବା ଦେଖିବାକୁ ମିଳୁଛି । ଗତ ପଞ୍ଚାୟତ ନିର୍ବାଚନ ରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଥିବା ୩ ଟି ବ୍ଲକରୁ ୨ ଟି ବ୍ଲକ ରେ ନିଜସ୍ଵ ଚେୟାରମେନ ବସାଇବା ସହ ଗୋଟିଏ ବ୍ଲକରେ ନିଜସ୍ଵ ସମର୍ଥିତ ଚେୟାରମେନ ରହିଛି । ଏହା ସହ କଣ୍ଟାବାଞ୍ଜି ଏନ୍ଏସି ରେ ମଧ୍ୟ କଂଗ୍ରେସ ଚେୟାରମେନ ରହିଛି । ଶାସକ ଦଳର ଅଧିକ ଆଶାୟୀ ଥିବାବେଳେ କଂଗେସ ରେ ବିଧାୟକ ସନ୍ତୋଷ ସିଂ ସାଲୁଜା କେବଳ ଜଣେ ଏବଂ ବିଜେପି ରେ ଲକ୍ଷ୍ମଣ ବାଗ କେବଳ ଜଣେ ଆଶାୟୀ ଅଛନ୍ତି । ସେହିଭଳି ବିଜେପି ର ସ୍ଥିତି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବିଗତ ନିର୍ବାଚନ ସମୟରେ ବହୁତ୍ ଭଲ ରହିଥିଲା କିନ୍ତୁ ବିଜେପିରୁ ସାଂସଦ ଜିତିବା ପରେ ୫ ବର୍ଷ ମଧ୍ୟରେ କଣ୍ଟାବାଞ୍ଜି ଅଞ୍ଚଲରେ କିଛି ହେଲେ ଆଖି ଦୃଷୀୟ କାର୍ଯ୍ୟ ହୋଇ ନ ଥିବାରୁ ବିଜେପି ପ୍ରତି ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଯାହା ଫଳରେ କଣ୍ଟାବାଞ୍ଜି ୱାର୍ଡ ମେମ୍ବର ନିର୍ବାଚନର ବିଜେପି କେବଳ ଗୋଟିଏ ୱାର୍ଡରେ ବିଜୟୀ ହୋଇଥିଲା । ରାମ ମନ୍ଦିର ପ୍ରତିଷ୍ଠା ପରେ କିଛି ମାତ୍ରାରେ ବିଜେପି ପ୍ରତି ଲୋକଙ୍କ ଅସନ୍ତୋଷ କମିଥିବା ଦେଖିବାକୁ ମିଳୁଛି । ବିଧାୟକ ଏବଂ ସାଂସଦ ଟିକେଟ ବଣ୍ଟନ ପରେ ଏହି ନିର୍ବାଚନ ମଣ୍ଡଳୀ ର ପାଣି ପାଗ ଓଲଟ ପାଲଟ ହେବାର ସମ୍ଭାବନା ଦେଖା ଦେଇଛି । ବର୍ତ୍ତମାନ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ କଂଗ୍ରେସର ବିଧାୟକ ସନ୍ତୋଷ ସିଂ ସାଲୁଜା ରହିଥିବା ଯୋଗୁଁ ଏହି ନିର୍ବାଚନ ମଣ୍ଡଳୀକୁ ନେଇ କଂଗ୍ରେସ ଖୁବ୍ ଆଶାବାଦୀ ରହିଛି । ବିଜେଡିରେ କିନ୍ତୁ ଅନେକ ନେତା ଟିକେଟ ପାଇଁ ଆଶାୟୀ ସେମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ, ପୂର୍ବତନ ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ , ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ନିରୁପମା ମାଝି, ଡାକ୍ତର ଅମଜଦ ଖାଁ, ଫିରୋଜ ଖାଁ, ଗିରିରାଜ୍ ସିଂ ମାଝି, ଅଜିତ ଯୋଶୀ, ହଂସରାଜ୍ ଜୈନ ପ୍ରମୁଖ ଟିକେଟ ପାଇଁ ଆଶାୟୀ ଅଛନ୍ତି । ଟିକେଟ କୁ ନେଇ ଏହି ସବୁ ଆଶାୟୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ମତାନ୍ତର ମଧ୍ୟ ଦେଖିବାକୁ ମିଳୁଛି। କଂଗ୍ରେସ ଏଥିରୁ ଫାଇଦା ନେବା ପାଇଁ ଜଗି ବସିଛି ।ଏଣୁ ୫ଟି ସଚିବଙ୍କ ପୂର୍ବ ଗସ୍ତ ଏବଂ ପରବର୍ତ୍ତୀ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଗସ୍ତ ପରେ ରାଜନୈତିକ ପାଣି ପାଗ କଣ ରହିବ ତାହା ଦେଖିବାକୁ ବାକି ରହିଲା । ତେବେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ତଳିଆ ନେତା ଟିକେଟ ବଣ୍ଟା ସରିଲା ପରେ କିପରି ଓ କ’ଣ କରିବେ ତାହା ସମୟ କହିବ ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!