ଓଡିଶା ଖବର

ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର।

(AKN NEWS): ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ଶୁଭ ଜନ୍ମଦିନ ଅବସରରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ଯୁବ, ଛାତ୍ର, ମହିଳା ଓ ବିଜୁ ଜନତା ଦଳ ଦ୍ଵାର କଲମପୁର ଏବଂ ଧର୍ମଗଡ଼ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟ କ୍ରମକୁ ମୁଖ୍ୟଅତିଥି ଭାବରେ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦାନ୍ କରି ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିବାବେଲେ ସମ୍ମାନିତ ଅତିଥି ଭାବରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ବିଧାୟକ ମୌଷଧୀ ବାଗ ଯୋଗଦାନ୍ କରିଥିଲେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଶ୍ରୀ ଅମିତ୍ କୁମାର ଯାଦବ ସଂଯୋଜନା କରିଥିଲେ। ଅନ୍ୟତମ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଶ୍ରୀ ଅବିନାଶ ଠାକୁର ଆମ ଓଡ଼ିଶା ନବୀନ ଓଡ଼ିଶା ସଂଯୋଜକ ଶ୍ରୀ ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ସମ୍ପାଦକ ରବି ପଟ୍ଟନାୟକ, ଧର୍ମଗଡ ବ୍ଲକ ସଭାପତି ଶ୍ରୀ ଲିପୁ ମହାନ୍ତି, କଲମପୁର ବ୍ଲକ ସଭାପତି ମିଲିନ ପାତ୍ର, ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଶ୍ରୀ ଶଇଲେନ୍ଦ୍ର ସିଂଦେଓ, ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ଶ୍ରୀ ମାନସ ବାଗ, ଧର୍ମଗଡ ନିର୍ବାଚନ ମଣ୍ଡଳୀ ଛାତ୍ର ସଭାପତି ସୁନୀଲ ଭଇଁସାଲ, ଯୁବ ନେତା ମନୋରଞ୍ଜନ ମୁଣ୍ଡ, ଜିଲ୍ଲାପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, ଜିଲ୍ଲାପରିଷଦ ନିବେଦିତା ହଂସ, କଲମପୁର ବ୍ଲକ ମହିଳା ସଭାନେତ୍ରୀ ମଧୁଛନ୍ଦା ଭଞ୍ଜଦେଓ, ପୂର୍ବତନ ଧର୍ମଗଡ ନଗର ପାଲ ହିରା ବାଗ, ଜିଲ୍ଲାପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, ବିଜୁ ଯୁବ ଛାତ୍ର ମହିଳା ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ବ୍ଲକ୍ ସଭାପତି ପଞ୍ଚାୟତ ସଭାପତି ପ୍ରମୁଖ ଯୋଗଦାନ୍ କରି ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!