ଓଡିଶା ଖବର

ପୁରୀ ଜିଲ୍ଲାପାଳ ଭାବେ ଯୋଗ ଦେଲେ ବିଜୟ କୁମାର ଦାଶ

ପୁରୀ ୨୯/୧(AKN NEWS): ପୁରୀ ଜିଲ୍ଲାପାଳ ଭାବେ ଆଜି ଯୋଗ ଦେଇଛନ୍ତି ବିଜୟ କୁମାର ଦାଶ। ଏହା ପୂର୍ବରୁ ଶ୍ରୀ ଦାଶ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ , ସଚିବ ଭାବେ କାର୍ଯ୍ୟରତ ଥିଲେ।ପୁରୀ ଜିଲ୍ଲାପାଳ ଥିବା ସମର୍ଥ ବର୍ମା ଙ୍କ ର ଶ୍ରୀମନ୍ଦିର ପ୍ରଶାସନ କୁ ବଦଳି ହୋଇଛି।

କାର୍ଯ୍ୟ ରେ ଯୋଗ ଦେବା ପରେ ଶ୍ରୀ ଦାଶ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପୌର ନିର୍ଵାହୀ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହ ସମଙ୍ଗ ପାର୍କିଂ ସ୍ଥଳ ପରିଦର୍ଶନ କରିଥିଲେ। ଶ୍ରୀମନ୍ଦିର ଓ ପରିକ୍ରମା ପ୍ରକଳ୍ପ ଦର୍ଶନ ରେ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ସୁବିଧା ବ୍ୟବସ୍ଥା କୁ ସେ ଦେଖିବା ସହ ବିଭିନ୍ନ ଅଧିକାରୀ ମାନଙ୍କୁ ସମସ୍ତ ବ୍ୟବସ୍ଥା କୁ ସୁବ୍ୟବସ୍ଥିତ କରିବାକୁ ପରାମର୍ଶ ଦେଇଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!