“ଖଡ଼ିଆଳ ମହୋତ୍ସବ ୨୦୨୪”ରେ ବିଶ୍ୱରେକର୍ଡାଧାରୀ ସଚିନ ବେହେରାଙ୍କୁ ସମ୍ବର୍ଦ୍ଧନା

(AKN NEWS): ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ପାଞ୍ଚ କେଜି ଏଙ୍କେଲ ୱେଟ ବାନ୍ଧି ତିନି ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ କରି ପୂର୍ବରୁ ପାକିସ୍ତାନ ର ମୁଷ୍ଟି ଯୋଦ୍ଧା ମହମ୍ମଦ ରସିଦଙ୍କ ନାମରେ ଥିବା ୧୭୮ ନିଷ୍ଟାଇକ ଭାଙ୍ଗି ୨୦୪ ଥର ଆଣ୍ଠୁ ପ୍ରଘାତ କରି ନୂତନ ଗିନିଜ ବୁକ୍ ରେକର୍ଡ ସ୍ଥାପନ କରିଛନ୍ତି । ତାଙ୍କର ଏହି କୃତିତ୍ବ ପାଇଁ ଜିଲ୍ଲା ତଥା ସାରା ଓଡ଼ିଶାର କୋଣ ଅନୁକୋଣରୁ ସଚିନଙ୍କ ପାଖକୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟୁଛି l ଏଣୁ ଖଡ଼ିଆଳ ମହୋତ୍ସବ ଉପଲକ୍ଷେ ସଚିନ ବେହେରାଙ୍କୁ ଜଳ ସମ୍ବଦ,ବାଣିଜ୍ୟ ଓ ପରିବହନ ବିଭାଗ , ଓଡ଼ିଶା ସରକାର ମନ୍ତ୍ରୀ ଟୁକୁନି ସାହୁ ସମ୍ବଦ୍ଧିତ କରିଛନ୍ତି ।ଏହି ଅବସରରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ କ୍ରୀଡା କ୍ଷେତ୍ରରେ ସଚିନ ଯେଭଳି ଜିଲ୍ଲା ଓ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଛନ୍ତି , ଆଜିର ୟୁବ୍ ଖେଳାଳିମାନେ ସଚିନଙ୍କ ପରି ନିଷ୍ଠା ଓ ପରିଶ୍ରମ କରି, ସଚିନଙ୍କ ଭଳି ଅନେକ ପ୍ରତିଭା ଓଡ଼ିଶା ପାଇଁ ଗୌରବ ଆଣିପାରିବେ l ମନ୍ତ୍ରୀ ଠାରୁ ସମ୍ବଦ୍ଧିତ ହେବାପରେ ସଚିନ ଭବିଷ୍ୟତରେ ଆହୁରି ଅନେକେ ବିଶ୍ୱ ରେକର୍ଡ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ସୂଚନା ଯେ ସଚିନ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଲରକା ଗ୍ରାମର ପିତା ଲକ୍ଷ୍ମୀ ପ୍ରସାଦ ବେହେରା ଏବଂ ମାତା ଆରତୀ ବେହେରା ଙ୍କ ସୂପୁତ୍ର ।
ଓମ ପ୍ରକାଶ ଚୌଧୁରୀ AKN NEWS


