ଓଡିଶା ଖବର

ପ୍ରଥମ ବିଶ୍ବ ଭାଷା ସମ୍ମିଳନୀ ଓ ବାର୍ଷିକୋତ୍ସବ

(AKN NEWS): ନୂଆପଡା ଜିଲ୍ଲା ଖଡ଼ିଆଳ ମୂକ୍ତାପୁର ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାର୍ଷିୋତ୍ସବ ଓ ପ୍ରଥମ ବିଶ୍ବ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଅନିମା ପ୍ରଧାନ, ମୁଖ୍ୟବକ୍ତା ଭାବେ ମେଜର ଡଃ ରାମ ଚନ୍ଦ୍ର ମିଶ୍ର,ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା, ମୋତିଲାଲ ବେହେରା,ଦେବରାଜ ମହାପାତ୍ର,ଧନୁର୍ଜୟ କରୁଆଁ,ପ୍ରଶାନ୍ତ ସାହୁ,ପ୍ରଶାନ୍ତ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡିଆଭାଷା ବ୍ୟବହାର ଉପରେ ବକ୍ତବ୍ୟ ରଖିଥିଲେ ।ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସାହିନା ପରବିନ ଶ୍ରେଷ୍ଟ ସ୍କୁଲ ଓ ଶ୍ରେଷ୍ଟ ଶିକ୍ଷୟିତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇଥିବାରୁ ତାଙ୍କୁ ସମସ୍ତେ ଧନ୍ୟବାଦ ଓ କୃତଜ୍ଞତା ଜଣାଇ ଥିଲେ । ଛାତ୍ର ଛାତ୍ରୀ ମାନେ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ ।ବିଭିନ୍ନ ପ୍ରତିଯୋଗିତା କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।ଏଥିରେ ପରିଚାଳନା କମିଟି ସଦସ୍ୟ ଓ ବହୁ ସଂଖ୍ୟାରେ ଗ୍ରାମବାସୀ ଯୋଗ ଦେଇଥିବା ବେଳେ ଶିକ୍ଷୟିତ୍ରୀ ଜବିନା ବାନଗୋଲା ଧନ୍ୟବାଦ ଅର୍ପଣ କରିଥିଲେ ।

ଓମ ପ୍ରକାଶ ଚୌଧୁରୀ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!