ଓଡିଶା ଖବର

ବିଶ୍ଵ ପ୍ରଥମ ଭାଷା ଦିବସ ପାଳନ

(AKN NEWS): ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ଡୁଆଝର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ଇନ୍ଦିରା ବଘେଲ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ପବିତ୍ର ସୁଆର ,ମୁଖ୍ୟ ବକ୍ତା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା ,ସଂମ୍ମାନୀତ ଅତିଥି ଭାବରେ ସି ଆର ସି ସି ଶ୍ରୀ ତନୱବିର ମହମ୍ମଦ , ଶ୍ରୀ ହେରାମ ମେହେର ,ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀମତୀ ଟେଭାକାନ୍ତି ମାଳି , ସହ ଶିକ୍ଷୟତ୍ରୀ ପଦ୍ମାବତୀ ତାଣ୍ଡି ପ୍ରମୁଖ ଭାଷା ଗୁରୁତ୍ୱ ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ ।ଅତିଥି ପରିଚୟ ପ୍ରଦାନ କରିଥିଲେ ଅଭିଭାବକ ସୁବ୍ରତ ବଘେଲ ।  ଚିତ୍ରାଙ୍କନ , ମାଟି ମୂର୍ତ୍ତି ପ୍ରସ୍ତୁତି ,ସଙ୍ଗୀତ ,ନୃତ୍ୟ ପ୍ରତିଯୋଗିତା ରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ସଭାରେ ବହୁ ସଂଖ୍ୟକ ପିତା ମାତା ,ଅଭିଭାବକ , ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ

ଓମ ପ୍ରକାଶ ଚୌଧୁରୀ AKN NEWS 

 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!